
The Merchant and the Robber/ ବଣିକ ଏବଂ ଡକାୟତ/ The Merchant and the Robber Odia Story
The Merchant and the Robber/ ବଣିକ ଏବଂ ଡକାୟତ/ The Merchant and the Robber Odia Story:
ଦିନକର କଥା ବଣିକଟିଏ ତାଙ୍କର ଯାତ୍ରା ଆରମ୍ଭ କଲେ । ଯାତ୍ରା ସମୟରେ ସେ ଜଙ୍ଗଲ ମଧ୍ୟରେ ଏକ ଶୂନଶାନ ରାସ୍ତା ଦେଇ ଯାଉଥିଲେ । ତାଙ୍କ ପାଖରେ ଟଙ୍କାରେ ପୂର୍ଣ୍ଣ ଥିବା ଏକ ବ୍ୟାଗ ରହିଥିଲା ।
ହଠାତ ଏହି ସମୟରେ ପ୍ରଚୁର ବର୍ଷା ଆରମ୍ଭ ହୋଇଗଲା । ସେହି ସମୟ ବର୍ଷା ଋତୁର ନଥିବାରୁ ବ୍ୟବସାୟୀ ଜଣକ ତାଙ୍କ ସାଙ୍ଗରେ ବର୍ଷା ପାଇଁ କୌଣସି ପୋଷାକ ଆଣିନଥିଲେ । ସେ ବର୍ଷାରେ ସମ୍ପୂର୍ଣ୍ଣ ଓଦା ହୋଇଗଲେ । ସେ ଭଗବାନଙ୍କ ବିରୁଦ୍ଧରେ ବହୁତ ଅଭିଯୋଗ କଲେ । ସେ ଅଭିଯୋଗ କଲେ ଯେ, ପରମେଶ୍ୱର ତାଙ୍କ ବିରୁଦ୍ଧରେ ଅଛନ୍ତି ଓ ସେଥିପାଇଁ ଏମିତି ଅକାଳ ବର୍ଷା ହେଲା ।
ସେ ଏମିତି ଚିନ୍ତାକରିବା ସମୟରେ ହଠାତ ଜଣେ ଡକାୟତ ତାଙ୍କ ପାଖରେ ଆସି ପହଁଚିଲା । ଡକାୟତ ପାଖରେ ଏକ ବନ୍ଧୁକ ଥିଲା । ଡକାୟତଟି ସେହି ବ୍ୟବସାୟୀ (ବଣିକ ) ଙ୍କୁ ତାଙ୍କର ସମସ୍ତ ଟଙ୍କା ଦେବା ପାଇଁ କହିଲା । ସେ ଯଦି ତାଙ୍କ ଟଙ୍କା ବ୍ୟାଗଟିକୁ ତାକୁ ହସ୍ତାନ୍ତର ନକରନ୍ତି ତେବେ ସେ ତାଙ୍କୁ ହତ୍ୟା କରିବା ପାଇଁ ଧମକ ଦେଲା ।
ବ୍ୟବସାୟୀ ଜଣକ ତାକୁ ତାଙ୍କ ଦେବା ପାଇଁ ମନା କଲେ । ଏହି ସମୟରେ ଡକାୟତଟି ତା ବନ୍ଧୁକ ବାହାର କଲା ଓ ତାଙ୍କୁ ମାରିବା ପାଇଁ ଉଦ୍ୟତ ହେଲା । କିନ୍ତୁ ବନ୍ଧୁକଟି ନିଷ୍କ୍ରିୟ ଥିଲା । ପ୍ରବଳ ବର୍ଷାରେ ବନ୍ଧୁକ ଭିତରେ ଥିବା ବାରୁଦ ସବୁ ଓଦା ହୋଇଯାଇଥିଲା ।
ଏହିସମୟରେ ବ୍ୟବସାୟୀ ଜଣକ ସେଠାରୁ ଦୌଡ଼ି ପଳାଇଲେ ଓ ତାଙ୍କର ଜୀବନ ବଂଚିଗଲା । ସେ ବର୍ତମାନ, ଭଗବାନଙ୍କୁ ଧନ୍ୟବାଦ ଜଣାଇଲେ, ଯଦିଓ ଏହା ତାଙ୍କୁ ଅସୁବିଧାରେ ପକାଇଲା ;କାରଣ ପ୍ରବଳ ବର୍ଷା ପାଇଁ ସେ ତାଙ୍କ ଜୀବନ ମଧ୍ୟ ଫେରି ପାଇଲେ ।
ଶିକ୍ଷା : ଭଗବାନ ସବୁବେଳେ ଆମ ଭଲ ପାଇଁ ଚିନ୍ତା କରିଥାନ୍ତି ।
You get more #Stories for #Kids here in this #Blog.
0 Comments:
Post a Comment