
କୋକିଶିଆଳି ଓ ବ୍ରାହ୍ମଣ/ A clever fox and a foolish brahmin story in Odia/ Odia Story
କୋକିଶିଆଳି ଓ ବ୍ରାହ୍ମଣ / A clever fox and a foolish brahmin story in Odia/ Odia Story:
ଥରେ ଗୋଟିଏ ବାଘକୁ ଏକ ପିଞ୍ଜରାରେ ଧରା ଗଲା | ସେ ବାହାରକୁ ଯିବାକୁ ବହୁତ ଚେଷ୍ଟା କଲା | କିନ୍ତୁ ପିଞ୍ଜରା ର ଫାଟକ ବନ୍ଦ ଥିଲା ଓ ଲୌହ ନିର୍ମିତ ପିଞ୍ଜରାର ଦଣ୍ଡ ଗୁଡିକ ମଧ୍ୟ ଅତି ଶକ୍ତ ଥିଲା | ସେଥିପାଇଁ ବହୁ ଚେଷ୍ଟା ସତ୍ୱେ ମଧ୍ୟ ସେ ବାହାରକୁ ଆସି ପରିବାରେ ସେ ବିଫଳ ହୋଇଥିଲା |
ଥରେ ଗୋଟିଏ ବାଘକୁ ଏକ ପିଞ୍ଜରାରେ ଧରା ଗଲା | ସେ ବାହାରକୁ ଯିବାକୁ ବହୁତ ଚେଷ୍ଟା କଲା | କିନ୍ତୁ ପିଞ୍ଜରା ର ଫାଟକ ବନ୍ଦ ଥିଲା ଓ ଲୌହ ନିର୍ମିତ ପିଞ୍ଜରାର ଦଣ୍ଡ ଗୁଡିକ ମଧ୍ୟ ଅତି ଶକ୍ତ ଥିଲା | ସେଥିପାଇଁ ବହୁ ଚେଷ୍ଟା ସତ୍ୱେ ମଧ୍ୟ ସେ ବାହାରକୁ ଆସି ପରିବାରେ ସେ ବିଫଳ ହୋଇଥିଲା |
ସେହି ପଥ ଦେଇ ଯାଉଥିବା ଯାତ୍ରୀ ମାନଙ୍କୁ ସେ ତାକୁ ବାହାରକୁ ଆଣିବା ପାଇଁ କହୁଥିଲା, କିନ୍ତୁ କେହିବି ଏମିତି କରିବାପାଇଁ ସାହସ କରିପାରୁନଥିଲେ | ସେମାନେ ଭୟ କରୁଥିଲେ ଯେ ବାଘଟି ଠାରେ ବାହାରକୁ ଆସିଲେ ବାହାରକୁ ଆସିବା ପରେ ତାଙ୍କୁ ଖାଇଯିବ |
ଶେଷରେ ଏକ ମୂର୍ଖ ବ୍ରାହ୍ମଣ ସେହି ରାସ୍ତା ଦେଇ ଯାଉଥିଲା | ସେ ଦେଖିଲା ଯେ ବାଘଟି ତାକୁ ଦେଖି ଅତି ଦୁଃଖରେ ତାକୁ ପିଞ୍ଜରାରୁ ବାହାରକୁ ଆଣିବାକୁ ଅନୁରୋଧ କରୁଛି | ବ୍ରାହ୍ମଣକୁ ବାଘ ଉପରେ ଦୟା ଆସିଲା ଓ ସେ ପିଞ୍ଜରାର ଫାଟକକୁ ଖୋଲିଦେଲା |
ଫାଟକ ଖୋଲିବା କ୍ଷଣି ବାଘଟି ବାହାରକୁ ଆସିଲା ଓ ଆସିବା ମାତ୍ରେ ସେ ବ୍ରାହ୍ମଣକୁ ଖାଇବାକୁ ଚାହିଁଲା |ଏହା ଦେଖି ବ୍ରାହ୍ମଣକୁ ହୃଦୟଙ୍ଗମ ହେଲା ଯେ ସେ କେତେ ମୁର୍ଖତାର କାମ କରିଛି | ତଥାପି ସେ ବାଘକୁ କହିଲା ଯେ, ସେ ତାର ଉପକାର କରିଛି ;ତେଣୁ ସେ ବ୍ରାହ୍ମଣ କୁ ଖାଇବା ଉଚିତ ହେବନି | ଅକୃତଜ୍ଞ ବାଘଟି ବ୍ରାହ୍ମଣର କଥା ଶୁଣିଲା ନାହିଁ | ସେ କହିଲା ଯେ ସେ ବହୁତ ଭୋକିଲା ଅଛି, ତେଣୁ ସେ ତାକୁ ନିଶ୍ଚୟ ଖାଇବ | ବ୍ରାହ୍ମଣଟି ନିଜକୁ ଅସହାୟ ମନେକଲା |
ସେହି ସମୟରେ ଗୋଟିଏ କୋକିଶିଆଳି ଆସିଲା | ସେ ବ୍ରାହ୍ମଣ ଠାରୁ ଘଟିଥିବା ସବୁ କଥା ଶୁଣିଲା | ସେ ଏହାର ଏକ ସମାଧାନ କରିବାକୁ ଚାହିଁଲା | କିନ୍ତୁ କୋକି ଶିଆଳି କହିଲା ଯେ ପ୍ରଥମେ ସେ ଏହା ଦେଖିବ ଯେ ବାଘଟି ପିଞ୍ଜରା ଭିତରକୁ କେମିତି ଗଲା ଓ ବ୍ରାହ୍ମଣ ତାକୁ କିପରି ସାହାଯ୍ୟ କଲା | ବାଘ ଓ ବ୍ରାହ୍ମଣ , କୋକି ଶିଆଳି କଥାରେ ରାଜି ହେଲେ | ଏହାପରେ ବାଘଟି ଖୋଲା ଫାଟକ ଦେଇ ପିଞ୍ଜରା ଭିତରକୁ ଗଲା ଓ ତା ପରେ କୋକି ଶିଆଳି ଫାଟକଟିକୁ ବନ୍ଦ କରିଦେଲା |
ବାଘଟି ପୁଣିଥରେ ପିଞ୍ଜରାରେ ବନ୍ଦୀ ହୋଇଗଲା | ଏବେ କୋକି ଶିଆଳି ବ୍ରାହ୍ମଣକୁ ସେ ପିଞ୍ଜରାଟିକୁ ନଦୀକୁ ଫୋପାଡ଼ି ଦେବାକୁ କହିଲା| ବ୍ରାହ୍ମଣ ଅନ୍ୟ କେତେ ଲୋକଙ୍କୁ ସାହାଯ୍ୟ ପାଇଁ ଡାକିଲା | ସେମାନେ ବ୍ରାହ୍ମଣ ଠାରୁ ଏହି ସବୁ ଶୁଣିବା ପରେ ତାର ସାହାଯ୍ୟ କଲେ ଓ ପିଞ୍ଜରାଟିକୁ ନେଇ ପାଖ ନଦୀରେ ଫୋପାଡ଼ି ଦେଲେ | ଅକୃତଜ୍ଞ ବାଘଟି ପାଣିରେ ବୁଡିଗଲା |
ଏହିପରି ଭାବେ ଚତୁର କୋକି ଶିଆଳିଟି ବ୍ରାହ୍ମଣର ଜୀବନ ବଂଚାଇଲା |
Moral: ମୁର୍ଖତା ସବୁବେଳେ ବିପଦରେ ପକାଇଥାଏ ଓ ଚତୁରତା ବିପଦରୁ ରକ୍ଷା କରିଥାଏ |
0 Comments:
Post a Comment