
A King and the Spider/ A King and the Spider Odia story
A King and the Spider / ରାଜା ଓ ବୁଢିଆଣୀ / A King and the Spider Odia story :
ଜଣେ ରାଜା ଥିଲେ । ଥରେ ତାଙ୍କର ଶତ୍ରୁମାନେ ତାଙ୍କ ରାଜ୍ୟ ଉପରେ ଆକ୍ରମଣ କଲେ । ରାଜା ଜଣକ ଯେତେ ଯୁଦ୍ଧ କଲେ ମଧ୍ୟ ସେ ତାଙ୍କ ଶତୃମାନଙ୍କ ଠାରୁ ପରାଜୟ ବରଣ କଲେ । ସେମାନେ ତାଙ୍କ ରାଜ୍ୟ ଦଖଲ କରିନେଲେ ।
ରାଜା ତାଙ୍କ ନିଜ ରାଜ୍ୟ ଛାଡି ପଳାଇଲେ । ଶତ୍ରୁମାନେ ରାଜାଙ୍କୁ ଧରିବାକୁ ବହୁ ଚେଷ୍ଟା କଲେ । ଶେଷରେ କିଛି ବଛା ବଛା ସୈନିକ ଶତୃମାନଙ୍କ ସହ ଛଅ ଥର ଯୁଦ୍ଧ କଲେ, କିନ୍ତୁ ସେମାନେ ମଧ୍ୟ ଶତୃମାନଙ୍କୁ ପରାଜିତ କରିପାରିଲେ ନାହିଁ । ରାଜାଙ୍କୁ ଧରିବା ପାଇଁ ଶତ୍ରୁମାନେ ପ୍ରାଣପଣେ ଚେଷ୍ଟା ଚଳାଇଥିଲେ । ସେମାନେ ରାଜାଙ୍କୁ ଧରିବା ପାଇଁ ପୁରସ୍କାର ମଧ୍ୟ ଘୋଷଣା କଲେ । କେତେଜଣ ଲୋଭୀ ସ୍ୱଭାବର ବ୍ୟକ୍ତି ପୁରସ୍କାର ପ୍ରତି ଆକର୍ଷିତ ହୋଇ ରାଜାଙ୍କୁ ଧରିବା ପାଇଁ ଚେଷ୍ଟା କଲେ ।
ଏହି କାରଣରୁ ରାଜା ଛଦ୍ମ ବେଶରେ ରହୁଥିଲେ । ସେ ଅନେକ ସ୍ଥାନରେ ଲୁଚି ରହୁଥିଲେ । ଯେତେବେଳେ ସେ କୌଣସି ସ୍ଥାନରେ ଧରାଯିବାକୁ ଯାଉଥିଲେ , ସେତେବେଳେ ସେ ଅନ୍ୟ ଏକ ସ୍ଥାନକୁ ପଳାଇ ଯାଉଥିଲେ । ଯେତେ କଷ୍ଟ ସହ୍ୟ କଲେ ମଧ୍ୟ ସେ ଶତୃମାନଙ୍କ ନିକଟରେ ନିଜକୁ ସମର୍ପଣ କଲେନାହିଁ ।
ଥରେ ସେ ଏକ ଗୁମ୍ଫା ଭିତରେ ଲୁଚି ରହିଥିଲେ । ସେ ନିରାଶ ହୋଇପଡିଥିଲେ । ସେ ଭାବିଲେ ଯେ, ସେ କେବେ ବି ତାଙ୍କର ହରାଇଥିବା ରାଜ୍ୟର ପୁନରୁଦ୍ଧାର କରିପାରିବେ ନାହିଁ । ଥରେ ସେ ତାଙ୍କର ଶତୃମାନଙ୍କ ନିକଟରେ ଆତ୍ମସମର୍ପଣ କରିବାକୁ ଭାବିନେଇଥିଲେ ।
ସେହି ସମୟରେ ତାଙ୍କର ନଜର ଏକ ବୁଢ଼ିଆଣୀ ଉପରେ ପଡିଲା । ସେହି ସମୟରେ ବୁଢ଼ିଆଣୀଟି ଗୁମ୍ଫାର ଉପର ସ୍ତରରେ ପହଂଚିବାକୁ ଲଗାତାର ଚେଷ୍ଟା ଚଳାଇଥିଲା । ସେ ବାରମ୍ବାର ବିଫଳ ହେବାପରେ ମଧ୍ୟ ତାର ଚେଷ୍ଟା କରିବା ନଛାଡି ଉପରକୁ ଉଠିବା ପାଇଁ ତାର କର୍ତ୍ତବ୍ୟ କରିଚାଲିଥିଲା । ଏହିପରି ଭାବରେ ସେ ଛଅ ଥର ଚେଷ୍ଟା କରିଲା, ଏହି ଛଅ ଥରରେ ବିଫଳ ହେବାପରେ ମଧ୍ୟ ସେ ପୁଣି ଥରେ ଉପରକୁ ଉଠିବା ପାଇଁ ଚେଷ୍ଟା ଜାରି ରଖିଲା । ଏହି ଚେଷ୍ଟାରେ ସେ ଗୁମ୍ଫାର ଉପରେ ପହଂଚିବାରେ ସଫଳତା ଲାଭ କଲା ।
ହତାଶ ହୋଇପଡିଥିବା ରାଜା ଜଣଙ୍କ ପାଇଁ ଏହା ଏକ ଶିକ୍ଷା ଥିଲା । ବୁଢ଼ିଆଣୀର ଏହି ଉଦାହରଣ ଦେଖି ସେ ଅନୁପ୍ରେରିତ ହୋଇଥିଲେ । ସେ ତାଙ୍କ ଶତୃମାନଙ୍କ ସହିତ ପୁନର୍ବାର ଏକ ନୂତନ ଶକ୍ତି ସହିତ ଯୁଦ୍ଧ କରିବାକୁ ପ୍ରସ୍ତୁତ ହେଲେ । ସେ ତାଙ୍କର କେତେକ ବିଶ୍ୱସ୍ତ ଅନୁଗାମୀ ମାନଙ୍କୁ ନେଇ ପୁଣି ଥରେ ତାଙ୍କ ଶତୃମାନଙ୍କ ଉପରେ ଆକ୍ରମଣ କଲେ । ସେହି ଥର ରାଜା ଓ ତାଙ୍କର ବିଶ୍ୱସ୍ତ ଅନୁଗାମୀମାନେ ତାଙ୍କ ଦେଶ ପାଇଁ ଅତି ସାହସର ସହିତ ଯୁଦ୍ଧ କଲେ ଓ ଶେଷରେ ସେ ତାଙ୍କର ଶତୃମାନଙ୍କୁ ପରାଜୟ କରି ତାଙ୍କ ଦେଶକୁ ପୁନର୍ବାର ଫେରିପାଇଲେ ।
ଶିକ୍ଷା : ଧର୍ଯ୍ୟ ଓ ପରିଶ୍ରମ ସବୁବେଳେ ଆମକୁ ସଫଳତା ଆଡକୁ ନେଇଯାଇଥାଏ ।
You get more interesting #odiastories here in this #Blog .
0 Comments:
Post a Comment