A Boy and his Neighbor's Dog/ ବାଳକ ଏବଂ ତାଙ୍କ ପଡ଼ୋଶୀ କୁକୁର
ବାଳକ ଏବଂ ତାଙ୍କ ପଡ଼ୋଶୀ କୁକୁର / A Boy and his Neighbor's Dog Odia story/ ବାଳକ ଏବଂ ତାଙ୍କ ପଡ଼ୋଶୀ କୁକୁର ଓଡ଼ିଆ କାହାଣୀ :
ଜଣେ ଲୋକଙ୍କର ଏକ ବଗିଚା ଥିଲା । ବଗିଚାରେ ବହୁତ ଗୁଡ଼ାଏ ସେଓ ଗଛ ଥିଲା । ପାଚିଲା ସେଓ ସବୁ ଗଛରେ ଝୁଲୁଥିଲେ । ଜଣେ ଦୁଷ୍ଟ ପିଲାଟିଏ ସେହି ପାଖରେ ରହୁଥିଲା । ସେ ସେହି ବଗିଚାର ମାଲିକଙ୍କୁ ଜାଣିଥିଲା । ପିଲାଟି ଜାଣିଥିଲା ଯେ, ସେ ଜଣେ କୃପଣ ବ୍ୟକ୍ତି ,ସେ ଯଦି ସେହି ବଗିଚାର ମାଲିକଙ୍କୁ ସେଓ ମାଗିବ ସେ ତାକୁ ଗୋଟିଏ ବି ସେଓ ଦେବେନାହିଁ । ସେଥିପାଇଁ ସେ ଦିନେ ସେହି ବଗିଚାରୁ ସେଓ ଚୋରି କରିବାକୁ ଭାବିଲା ।
ବଗିଚାର ଚାରିପଟେ ଏକ ବିରାଟ ପ୍ରାଚୀର ଥିଲା । ପିଲାଟି ସେହି ପ୍ରାଚୀରକୁ ଡେଇଁ ଯାଇପାରିଲା ନାହିଁ । ସେହି ସମୟରେ ତାକୁ ପ୍ରାଚୀର କାନ୍ଥରେ ଏକ ଛୋଟ ଛିଦ୍ର ଦେଖାଗଲା । କୌଣସି ପ୍ରକାରେ ସେ ସେହି ଛିଦ୍ର ଦେଇ ବଗିଚା ଭିତରେ ପ୍ରବେଶ କଲା ।
ତା ପରେ ସେ ଏକ ସେଓ ଗଛରେ ଚଢିଲା ଓ ବହୁତ ଗୁଡ଼ାଏ ପାଚିଲା ସେଓ ତୋଳିଲା । ତା ପରେ ସେ ତଳକୁ ଆସିଲା ଓ ତା ପାଖରେ ଥିବା ଏକ ବ୍ୟାଗରେ ସେ ସେହି ସେଓ ଗୁଡିକୁ ରଖିଲା । ବ୍ୟାଗଟି ସେଓ ରେ ପୂର୍ଣ୍ଣ ହୋଇଗଲା । ପିଲାଟିର ହୃଦୟ ସେଓ ପୂର୍ଣ୍ଣ ବ୍ୟାଗକୁ ଦେଖି ଅତି ଆନନ୍ଦିତ ଥିଲା । ସେ ମନେମନେ ଭାବୁଥିଲା, " କୃପଣ ଲୋକଟି ଗୋଟିଏ ବି ସେଓ ଦେଇନଥାନ୍ତା । କିନ୍ତୁ ବର୍ତମାନ ମୋ ପାଖରେ ଏତେଗୁଡାଏ ସେଓ ଅଛି ଓ ମୁଁ ଏହିସବୁ ସେଓ ଅତି ଖୁସିରେ ଖାଇବି ।"
ଏହାଭାବି ସେହି ପିଲାଟି ସେଓ ବ୍ୟାଗକୁ ନେଇ ସେହି ଛିଦ୍ର ଦେଇ ବାହାରକୁ ଯିବାକୁ ଉଦ୍ୟତ ହେଲା । ଏହି ସମୟରେ ତା ପଡୋଶୀଙ୍କ କୁକୁର ତାକୁ ଦେଖିଲା । କୁକୁରଟି ତାକୁ ଆଗରୁ କେବେ ସେହି ବଗିଚାରେ ନ ଦେଖିଥିବାରୁ ତାକୁ ଭୁକିବାକୁ ଲାଗିଲା । ଭୁକି ଭୁକି ସେ ତାକୁ ଗୋଡ଼ାଇବାକୁ ଲାଗିଲା । ପିଲାଟି ଛିଦ୍ର ଦେଇ ବାହାରକୁ ଯିବାକୁ ଚେଷ୍ଟା କଲା, କିନ୍ତୁ ସେ ତାର ବ୍ୟାଗକୁ ସେହି କ୍ଷୁଦ୍ର ଛିଦ୍ରଦେଇ ବାହାରକୁ ଆଣିପାରିଲା ନାହିଁ ।
ଏହି ସମୟରେ କୁକୁରଟି ତାର ଖୁବ ନିକଟରେ ପହଂଚିଗଲା । କୁକୁର କାମୁଡ଼ା ଭୟରେ ସେ ସେହି ବ୍ୟାଗକୁ ଛାଡି କୌଣସିମତେ ବଞ୍ଚି ପଳାଇଆସିଲା । ସେ ଭାବିଲା ସତରେ କେତେ ବଡ ଦୁଃର୍ଭାଗ୍ୟ ତାର । ତାକୁ ଏତେ ଗୁଡ଼ାଏ ସେଓ ମିଳିବ ପରେ ମଧ୍ୟ ସେ କିଛି ବି ଖାଇପାରିଲା ନାହିଁ ।
ଶିକ୍ଷା: ଏହି କାହାଣୀ ଆମକୁ ଏହି ଶିକ୍ଷା ଦେଉଛି ଯେ , ଲୋଭର ଫଳ ସର୍ବଦା ଖରାପ ପରିଣତି ଦେଇଥାଏ ।
0 Comments:
Post a Comment