Headlines
Loading...
A Wise Judge / ଜ୍ଞାନୀ ବିଚାରପତି

A Wise Judge / ଜ୍ଞାନୀ ବିଚାରପତି

 ଜ୍ଞାନୀ ବିଚାରପତି / A Wise Judge:

        ଥରେ ଦୁଇଜଣ ସ୍ତ୍ରୀଲୋକ ଏକ ଶିଶୁକୁ ନେଇ ଝଗଡା କଲେ | ସେମାନଙ୍କ ମଧ୍ୟରୁ ପ୍ରତ୍ୟେକ ଶିଶୁଟିକୁ ନିଜର ବୋଲି ଦାବି କରୁଥିଲେ। ଶେଷରେ ସେମାନେ ଏହାର ସମାଧାନ ପାଇଁ ଏକ ବୁଦ୍ଧିମାନ ବିଚାରପତିଙ୍କ ନିକଟକୁ ଆସିଲେ। ସେ ସେମାନଙ୍କର ସମସ୍ୟାକୁ ଶୁଣିଲେ, କିନ୍ତୁ ଶିଶୁଟିର ପ୍ରକୃତ ମାତା କିଏ ତାହା ସଙ୍ଗେ ସଙ୍ଗେ ସ୍ଥିର କରିପାରିଲେ ନାହିଁ | ସେ କିଛି ସମୟ ପାଇଁ ଏହି ବିଷୟରେ ଚିନ୍ତା କଲେ |

        ଶେଷରେ ସେ ଏକ ସମାଧାନ ପାଇଁ ପରାମର୍ଶ ଦେଲେ। ଶିଶୁକୁ ଦୁଇଟି ସମାନ ଅଂଶରେ କାଟିବା  ପାଇଁ ସେ ପ୍ରସ୍ତାବ ଦେଲେ। ତା’ପରେ ପ୍ରତ୍ୟେକ ମହିଳାଙ୍କୁ ଏକ ଅଂଶ ଦିଆଯିବା ପାଇଁ କହିଲେ | ସେମାନଙ୍କ ମଧ୍ୟରୁ ଜଣେ ମହିଳା ଏହି ବିଚାରକୁ ସହଜରେ ଗ୍ରହଣ କଲେ। ସେ ଶିଶୁର ଅଧା ନେଇଯିବା ପାଇଁ ରାଜିହେଲେ |


        କିନ୍ତୁ ଅନ୍ୟ ମହିଳା ଜଣକ ଏହି ବିଚାରକୁ ଗ୍ରହଣ କଲେନାହିଁ । ସେ ସଙ୍ଗେ ସଙ୍ଗେ ତାଙ୍କ ଦାବି ପ୍ରତ୍ୟାହାର କରିନେଲେ। ଶିଶୁର ଅର୍ଦ୍ଧେକ ଅଂଶ  ପାଇବା ପରିବର୍ତ୍ତେ ସେ ଶିଶୁକୁ ନିଜ ପ୍ରତିଦ୍ୱନ୍ଦ୍ୱୀ ସେହି ମହିଳାକୁ  ଦେବାକୁ ରାଜି ହୋଇଗଲେ | 

        ଏହା ପରେ ଜଜ୍ ତାଙ୍କ ନିଷ୍ପତ୍ତି ଦେଲେ। ସେ କହିଲେ ଯେ, "ଦ୍ୱିତୀୟ ମହିଳା ହେଉଛନ୍ତି ଶିଶୁର ପ୍ରକୃତ ମା"। ଜଣେ ପ୍ରକୃତ ମାତା କେବେବି ଚାହାଁନ୍ତି ନାହିଁ ଯେ ତାଙ୍କ ଶିଶୁକୁ ଦୁଇ ଭାଗରେ କଟାଯାଉ | ସେ ପସନ୍ଦ କରିବେ ଯେ ତାଙ୍କ ଶିଶୁ ବଞ୍ଚିବା ଉଚିତ୍ | ଶିଶୁଟିକୁ ସେ ସବୁ ପରିସ୍ଥିତିରେ ଖୁସିରେ ଦେଖିବାକୁ ଚାହିଁବେ । 

        ଏହା ପରେ ରାଜା ଆଦେଶ ଦେଲେ ଯେ ଶିଶୁଟିକୁ  ଦ୍ୱିତୀୟ ସ୍ତ୍ରୀକୁ ଦିଆଯାଉ। ଅନ୍ୟର ଶିଶୁକୁ ନିଜର ବୋଲି ମିଥ୍ୟା ଦାବି କରିଥିବା ପାଇଁ  ସେ ପ୍ରଥମ ମହିଳାଙ୍କୁ ଦଣ୍ଡ ଦେଲେ |

           Moral: ସଚ୍ଚୋଟତା ପୁରସ୍କୃତ ହୁଏ ଏବଂ ଅସାଧୁତା ଦଣ୍ଡିତ ହୁଏ |

        

I'm Harapriya Mishra. I live in Bhubaneswar, Odisha, India. I love to write stories. Here in my blog I write some interesting stories in Odia language for kids.

0 Comments: