Headlines
Loading...
ଟୋପି ବିକ୍ରେତା ଓ ମାଙ୍କଡମାନେ  /The cap seller and the monkeys

ଟୋପି ବିକ୍ରେତା ଓ ମାଙ୍କଡମାନେ /The cap seller and the monkeys

ଟୋପି ବିକ୍ରେତା ଓ ମାଙ୍କଡମାନେ  /The cap seller and the monkeys story/ Odia story:

        ଥରେ ଜଣେ ଟୋପି ବିକ୍ରେତା ତାଙ୍କ ଟୋପି ବିକ୍ରୟ କରିବାକୁ ବୁଲିଲେ ତାଙ୍କୁ ସୂର୍ଯ୍ୟକିରଣରେ ବୁଲିବାକୁ ପଡିଲା, ସେଥିପାଇଁ ସେ ଟୋପି ବିକ୍ରେତା ଜଣକ କ୍ଳାନ୍ତ ହୋଇପଡିଲେ। ସେ ଏକ ଛାଇ ଗଛ ପାଖକୁ ଆସି ବିଶ୍ରାମ ପାଇଁ ତା ’ତଳେ ଶୋଇପଡିଲେ। 



        ଖୁବ କମ ସମୟରେ ସେ ଏକ ଗଭୀର ନିଦ୍ରାରେ ଶୋଇଗଲେ। ତାଙ୍କ ମୁଣ୍ଡରେ ଏକ ଟୋପି ଥିଲା । ଏହି ଟୋପି ବ୍ୟତୀତ ସେ ବିକ୍ରୟ ପାଇଁ ଦଶଟି ଲାଲ୍ ଟୋପି ରଖିଥିଲେ। ସେ ସୋଇଥିବା ସେଇ ଗଛ ଉପରେ ଦଶଟି ମାଙ୍କଡ ଥିଲେ। ମାଙ୍କଡମାନେ ମଣିଷମାନଙ୍କ ନକଲ କରିବାକୁ ଭଲ ପାଆନ୍ତି। ସେମାନେ ଦେଖିଲେ ଯେ ଲୋକଟି ଗୋଟିଏ ଟୋପି ପିନ୍ଧିଚି ଓ ଆଉ କିଛି ଟୋପି ତାଙ୍କ ପାଖରେ ରହିଛି । ତେଣୁ ସେମାନେ ପ୍ରତ୍ୟେକେ ମୁଣ୍ଡରେ ଟୋପି ପିନ୍ଧିବାକୁ ଇଛା କଲେ। ସେମାନେ ତଳକୁ ଓହ୍ଲାଇଲେ, ଓ ଟୋପି  ଚୋରି କରି ମୁଣ୍ଡରେ ପିନ୍ଧିଲେ। 

        ଯେତେବେଳେ ଟୋପି ବିକ୍ରେତା ଜଣଙ୍କ ଉଠିଲେ, ସେ ଦେଖିଲେ ଯେ ତାଙ୍କ ପାଖରେ କିଛି ବି ଟୋପି ନାହିଁ । ସେ ଏସବୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ। ସେ ଉପରକୁ ଚାହିଁଲେ ଓ ଗଛ ଉପରେ ଥିବା ସେହି ଦଶଟି ମାଙ୍କଡ଼ଙ୍କୁ ଦେଖିଲେ ପ୍ରତ୍ୟେକ ମାଙ୍କଡ଼ ତାଙ୍କ ପରି ଗୋଟିଏ ଗୋଟିଏ ଟୋପି ପିନ୍ଧିଥିଲେ। 

        ବିକ୍ରେତା ଜଣକ ପାଇଁ ଏହା ସମ୍ଭବ ନଥିଲା ଯେ ସେ ପ୍ରତି ମାଙ୍କଡ ପାଖକୁ ଯାଇ ତାଙ୍କ ଟୋପିକୁ ଫେରାଇ ଆଣିବେ। ସେ ବହୁତ ନିରାଶ ହୋଇଗଲେ। ଶେଷରେ ସେ ଏକ ଯୋଜନା କଲେ । ସେ ଜାଣିଥିଲେ ଯେ ମାଙ୍କଡମାନେ ଅନ୍ୟମାନଙ୍କ ନକଲ କରିବାକୁ ପସନ୍ଦ କରିଥାନ୍ତି। ତେଣୁ ସେ ତାଙ୍କ ନିଜ ମୁଣ୍ଡରୁ ଟୋପି କାଢ଼ି ତଳେ ଫୋପାଡ଼ି ଦେଲେ । ମାଙ୍କଡମାନେ ଏହା ଦେଖିଲେ ଓ ସେମାନେ ମଧ୍ୟ ବିକ୍ରେତା ଜଣଙ୍କ ପରି ଟୋପି ମୁଣ୍ଡରୁ ବାହାରକରି ତଳେ ଫୋପାଡ଼ି ଦେଲେ 

        ଏହାପରେ ଟୋପି ବିକ୍ରେତା ତାଙ୍କ ଟୋପି ଗୁଡିକୁ ଉଠାଇ ଆଣିଲେ। ଏହିପରି ଏକ ଚତୁର ଯୋଜନା କରି ସେ ତାଙ୍କ ଟୋପିଗୁଡ଼ିକୁ ଫେରି ପାଇଲେ ଓ ଅତି ଆନନ୍ଦରେ ସେଠାରୁ ଚାଲିଗଲେ । 

        Moral: ମନର ଉପସ୍ଥିତି ପ୍ରାୟତଃ କଠିନ ସମସ୍ୟାର ସମାଧାନ କରିଥାଏ 

I'm Harapriya Mishra. I live in Bhubaneswar, Odisha, India. I love to write stories. Here in my blog I write some interesting stories in Odia language for kids.

0 Comments: