Headlines
Loading...
ବ୍ୟକ୍ତି ଓ ରାଜହଂସୀ /A man and his Goose

ବ୍ୟକ୍ତି ଓ ରାଜହଂସୀ /A man and his Goose

 ବ୍ୟକ୍ତି ଓ ରାଜହଂସୀ /A man and his Goose Odia story/ Story for kids:



      ଜଣେ ବ୍ୟକ୍ତିଙ୍କର ଏକ ରାଜହଂସୀ ଥିଲା । ଏହା ଏକ ଅଦ୍ଭୁତ ପକ୍ଷୀ ଥିଲା |ପ୍ରତିଦିନ ସେ ଗୋଟିଏ ଲେଖାଏଁ ସୁନାର ଅଣ୍ଡା ଦିଏ । ସୁବର୍ଣ୍ଣ ଅଣ୍ଡା ପାଇ ସେ ବ୍ୟକ୍ତି ଜଣକ ବହୁତ ଖୁସି ହୁଏ । ଅଣ୍ଡା ଗୁଡିକୁ ସେ ଏକ ବାକ୍ସ ଭିତରେ ଲୁଚାଇ ରଖେ ।ତା ପରେ ସେ ଗୋଟେ ଗୋଟେ କରି ଅଣ୍ଡା ଗୁଡିକୁ ବିକ୍ରି କରିଥାଏ । ଖୁବ କମ ସମୟରେ ସେ ଏକ ଧନୀ ବ୍ୟକ୍ତି ହୋଇଗଲା । 

        ସେ ଏକ ବଡ ଘର ତିଆରି କଲା  ତା ପାଖରେ ପ୍ରଚୁର ଖାଦ୍ୟ ଥିଲା ଓ ତା ପାଖରେ ବିଳାସପୂର୍ଣ୍ଣ ଜିନିଷ ସବୁ ଥିଲା । ସେ ଏକ ଉତ୍ତମ ଶୈଳୀରେ ଜୀବନ ବିତାଉ ଥିଲା । ରାଜହଂସିଟି ସେହି ବ୍ୟକ୍ତିଙ୍କର ସମୃଦ୍ଧିର ମୂଳ କାରଣ  ଥିଲା । 

        କିନ୍ତୁ ସେ ବ୍ୟକ୍ତି ଜଣକ ପ୍ରକୃତିରେ ଜଣେ ଲୋଭି ବ୍ୟକ୍ତି ଥିଲା । ପ୍ରତିଦିନ ପାଉଥିବା ଗୋଟିଏ ଅଣ୍ଡାରେ ସେ ସନ୍ତୁଷ୍ଟ ନଥିଲା । ସେ ଆହୁରି ଅଧିକ ଧନୀ ହେବାକୁ ଚାଁହୁଥିଲା । ସେ ଗୋଟିଏ ଥରକରେ ରାଜହଂସୀ ପାଖରୁ  ସମସ୍ତ ସୁନାର ଅଣ୍ଡା ପାଇବାକୁ ଚାଁହୁଥିଲା । ସେହି ମୂର୍ଖ ବ୍ୟକ୍ତି ଜଣକୁ ଏହା ଜଣା  ନଥିଲା ଯେ ସେହି ରାଜହଂସୀଟି ପ୍ରତିଦିନ କେବଳ ଗୋଟିଏ ଲେଖାଏଁ ଅଣ୍ଡା ଦେଇପାରିବ । 

        ଦିନେ ଏକ ସକାଳେ ସେ ଯେତେବେଳେ ଗୋଟିଏ ଅଣ୍ଡା ରାଜହଂସୀ ପାଖରୁ ପାଇଲା ସେ ସବୁ ଅଣ୍ଡା ଏକ ସାଙ୍ଗରେ ପାଇବା ପାଇଁ ରାଜହଂସୀଟିକୁ ମାରିଦେଲା । କିନ୍ତୁ  ତାର ଦୁଃଖର କଥା ଏହା ଥିଲା ଯେ ସେ ରାଜହଂସୀର ଶରୀର ଭିତରୁ କୌଣସି ବି ଅଣ୍ଡା ପାଇଲା ନାହିଁ । 

    ମୂର୍ଖ ଲୋକଟି ବର୍ତ୍ତମାନ ଅନୁତାପ କଲା। ତା ପରଠାରୁ ସେ ଆଉ କୌଣସି ବି ଅଣ୍ଡା ପାଇଲା ନାହିଁ । ଅପରପକ୍ଷେ, ସେ ତାର ମୂଲ୍ୟବାନ ରାଜହଂସୀଟିକୁ ହରାଇଲା  ଯାହା ତାକୁ ପ୍ରତିଦିନ ଏକ ସୁବର୍ଣ୍ଣ ଅଣ୍ଡା ଦେଉଥିଲା । 

        Moral: ଅତ୍ୟଧିକ ଲୋଭ ଖରାପ ଅଟେ

        


I'm Harapriya Mishra. I live in Bhubaneswar, Odisha, India. I love to write stories. Here in my blog I write some interesting stories in Odia language for kids.

0 Comments: