Headlines
Loading...
ଗଧିଆ ଓ ବଗ /The Wolf and the Crane

ଗଧିଆ ଓ ବଗ /The Wolf and the Crane

ଗଧିଆ ଓ ବଗ  /The Wolf and the Crane Odia story/ Odia story for kids :



        ଗୋଟିଏ ଗଧିଆ ଥିଲା । ଦିନେ ତା ତଣ୍ଟିରେ ଏକ କଣ୍ଟା ଲାଗିଗଲା । ସେ ଯେତେ ଚେଷ୍ଟା କଲେ ବି କଣ୍ଟା ବାହାର କରିପାରିଲା ନାହିଁ । ତାକୁ ବହୁତ ଯନ୍ତ୍ରଣା ହେଉଥିଲା । ସେ ଅନ୍ୟ ପଶୁ ମାନଙ୍କୁ ମଧ୍ୟ କଣ୍ଟା ବାହାର କରିବାକୁ କହିଲା, କିନ୍ତୁ କେହିବି ରାଜି ହେଲେ ନାହିଁ । 

        ଶେଷରେ ସେ ଏକ ବଗକୁ ଦେଖିଲା । ବଗଟିର ଲମ୍ବା ଥଣ୍ଟ ଥିଲା । କଣ୍ଟା ବାହାର କରିବା ପାଇଁ ସେ ହିଁ ଉପଯୁକ୍ତ ପ୍ରାଣୀ ଥିଲା । ଗଧିଆଟି ତା ତଣ୍ଟିରୁ କଣ୍ଟା ବାହାର କରିବା ପାଇଁ ବଗକୁ ଅନୁରୋଧ କଲା । କିନ୍ତୁ ବଗଟି ଗଧିଆ ତଣ୍ଟିରୁ କଣ୍ଟା ବାହାର କରିବାକୁ ଭୟ କରୁଥିଲା । 

        ଗଧିଆ ବଗକୁ ଏହି କାମ ପାଇଁ ଏକ ସୁନ୍ଦର ପୁରସ୍କାର ଦେବାକୁ ପ୍ରତିଶୃତି ଦେଲା । ପୁରସ୍କାର କଥା ଶୁଣି ବଗଟି ପ୍ରଲୋଭିତ ହୋଇଗଲା । ସେ ଗଧିଆ କଥାରେ ରାଜି ହୋଇଗଲା । ସେ ତା ଲମ୍ବା ଥଣ୍ଟ ସାହାଯ୍ୟରେ ଗଧିଆ ତଣ୍ଟିରୁ କଣ୍ଟାଟିକୁ ବାହାର କରିଦେଲା । ଗଧିଆ ଏବେ ବହୁତ ଆରମ୍ଭ ଅନୁଭବ କଲା । 

         ବଗଟି ତାକୁ ପୁରସ୍କାର କଥା ପଚାରିଲା । ଗଧିଆ ଟି ରାଗି ଯାଇ ବଗକୁ କହିଲା, "ତୁ ମୋ ପାଟି ଭିତରେ ଥଣ୍ଟ ଭର୍ତିକଲୁ କିନ୍ତୁ ମୁଁ ତଥାପି ବି ତୋ ମୁଣ୍ଡକୁ ଖାଇନାହିଁ । ତୁ ତୋ ଥଣ୍ଟକୁ ନିରାପଦରେ ଫେରିପାଇଚୁ । ଏହାହିଁ ତୋର ପୁରସ୍କାର । ଯଦି ତୋର ତୋ ଜୀବନ ପ୍ରତି ଲୋଭ ଅଛି ତ ମୋ ଠାରୁ ଦୁରକୁ ଚାଲି ଯା ।" 

        ନିରୀହ ବଗଟିକୁ ଗଧିଆ ର ଏପରି ଅକୃତଜ୍ଞତା ବହୁତ ଆଘାତ ଦେଲା , କିନ୍ତୁ ସେ କିଛି କହିପାରିଲା ନାହିଁ । ସେ ଗଧିଆ ତୁଳନାରେ ଏକ ଦୁର୍ବଳ ପକ୍ଷୀ ଥିଲା ଓ ଗଧିଆଟି ଏକ ଶକ୍ତିଶାଳୀ ଏବଂ ଭୟଙ୍କର ପଶୁ ଥିଲା। ବଗଟି ଭୟରେ ସେ ସ୍ଥାନ ଛାଡି ପଳାଇଲା । 

        Moral: ଦୁଷ୍ଟକୁ କେବେବି ବିଶ୍ୱାସ କରିବା ଉଚିତ ନୁହେଁ ।

        

        

I'm Harapriya Mishra. I live in Bhubaneswar, Odisha, India. I love to write stories. Here in my blog I write some interesting stories in Odia language for kids.

0 Comments: