Headlines
Loading...
ରାଜା ମିଦାସଙ୍କ ସୁନା ଲୋଭ/ King Midas's greed for gold/ Odia story for kids

ରାଜା ମିଦାସଙ୍କ ସୁନା ଲୋଭ/ King Midas's greed for gold/ Odia story for kids

ରାଜା ମିଦାସଙ୍କ ସୁନା ଲୋଭ / King Midas's greed for gold/ Odia story for kids: 



        ପ୍ରାଚୀନ ଗ୍ରୀସରେ ମିଦାସ ନାମକ ଜଣେ ରାଜା ଥିଲେ | ରାଜାଙ୍କର ଏକ ସୁନ୍ଦର ଝିଅ ଥିଲା | ରାଜା ତାକୁ ବହୁତ ଭଲ ପାଉଥିଲେ | ତାଙ୍କର ଗୋଟିଏ ବଡ ଦୋଷ ଥିଲା | ରାଜା ଅତି ଲୋଭୀ ଥିଲେ | ତାଙ୍କର ସୁନା ପ୍ରତି ବହୁ ଲୋଭ ଥିଲା | ତାଙ୍କର ସବୁବେଳେ  ଏକ ଇଛା ଥିଲା ଯେ ସେ ଯାହାକୁ ବି ଛୁଇଁବେ ସେ ସୁନା ପାଲଟିଯିବ | ଏମିତି ତାଙ୍କୁ ପ୍ରଚୁର ସୁନା ମିଳିବ | 

       ଧନର ଜଣେ ଦେବତା ପ୍ଲୁଟସ୍ ଥରେ ତାଙ୍କର ପ୍ରାର୍ଥନା ଶୁଣିଲେ | ଦେବତା ଜଣକ ଠାରେ ରାତିରେ ରାଜାଙ୍କ ନିକଟରେ ଦୃଶ୍ୟମାନ ହେଲେ ଓ ତାଙ୍କୁ କହିଲେ, " ମୁଁ ଧନର ଦେବତା ପ୍ଲୁଟସ୍, ତୁମେ ମୋ ପାଖରୁ କଣ ମାଗିବାକୁ ଇଛା କରୁଛ କୁହ | " ରାଜା ଦେବତାଙ୍କୁ ଦେଖି ବହୁତ ଖୁସି ହୋଇଗଲେ ଓ ଅଧିକ କିଛି ନ ଭାବି ସେ ଅତି ମୁର୍ଖତାର ସହ କହିଲେ, "ଆପଣ ଯଦି ମୋ ପ୍ରତି ଦୟା କଋଛନ୍ତି ତା ମୋତେ ଏହି ବରଦାନ ଦିଅନ୍ତୁ ଯେ ମୁଁ ଯାହାକୁ ବି ସ୍ପର୍ଶ କରିବି ସେ ସୁନା ପାଲଟିଯିବ |" ଦେବତା ତାଙ୍କ ପ୍ରାର୍ଥନାକୁ ସ୍ୱୀକାର କଲେ ଓ ତାଙ୍କୁ ବରଦାନ କରି ଅଦୃଶ୍ୟ ହୋଇଗଲେ |

        ରାଜାଙ୍କ ପ୍ରାର୍ଥନାକୁ ଦେବତା ଗ୍ରହଣ କରିଥିବାରୁ ଓ ତାଙ୍କୁ ବରଦାନ କରିଥିବାରୁ ରାଜା ବହୁତ ଖୁସି ହୋଇଗଲେ | ତା ପରଦିନ ସକାଳେ ରାଜା ଉଠିଲେ | ରାଜା ଯାହା କିଛି ବି ଛୁଇଁଲେ ସେ ସବୁ ସୁନା ପାଲଟି ଯାଉଥିଲା | ସେ ତାଙ୍କର ଆସବାବପତ୍ର ଏବଂ ଅନ୍ୟାନ୍ୟ ଜିନିଷ ଛୁଇଁଲେ | ସେ ସବୁ ଥରକରେ ସୁନା ପାଲଟିଗଲା | ରାଜା ଏସବୁ ଦେଖି ଅତ୍ୟନ୍ତ ଖୁସି ହେଲେ | କିନ୍ତୁ ବହୁ ଶୀଘ୍ର ସମସ୍ୟା ଉପୁଜିବା ମଧ୍ୟ ଆରମ୍ଭ ହୋଇଗଲା | ସେ ତାଙ୍କର ଖାଦ୍ୟ ଖାଇପାରିଲେ ନାହିଁ  |  ଏହି ସମୟରେ ତାଙ୍କ କୁନି ଝିଅଟି ହଠାତ ଆସି ତାଙ୍କୁ ଖୁସିରେ ଜାବୁଡି ଧରିଲା |  ରାଜା ଯେମିତି ତାଙ୍କ କୁନି ଝିଅଟିକୁ ଛୁଇଁଲେ ସେ ମଧ୍ୟ ସୁନା ପାଲଟିଗଲା ଓ ଜୀବନ ନଥିବା ଏକ ମୂର୍ତ୍ତି ପାଲଟିଗଲା | 

        ରାଜା ମିଦାସ ଏହା ଦେଖି ଅତ୍ୟନ୍ତ ଦୁଃଖୀ ହେଲେ | ସେ କରିଥିବା ତାଙ୍କର ଏହି ବୋକାମିକୁ ବର୍ତ୍ତମାନ ବୁଝିପାରିଲେ | ସେ କାନ୍ଦିଲେ ଓ ଧନର ଦେବତାଙ୍କୁ ସ୍ମରଣ କରି ତାଙ୍କର ଏହି ବରଦାନ କୁ ଫେରାଇନେବାକୁ କହିଲେ | ସ୍ମରଣ ମାତ୍ରେ ପ୍ଲୁଟସ୍ ତାଙ୍କ ନିକଟକୁ ଆସିଲେ ଓ ଘଟିଥିବା ସବୁକିଛି ଦେଖିଲେ ଓ ଶୁଣିଲେ | ସେ ମୂର୍ଖ ରାଜାଙ୍କ ପ୍ରତି ଦୟା କଲେଓ ତାଙ୍କର ବରଦାନକୁ ଫେରାଇ ନେଲେ | 

        ଏହାପରେ ତାଙ୍କ ଝିଅ ତାର ଜୀବନ ଫେରିପାଇଲା |ତା ପରଠାରୁ ମିଦାସ ଆଉ କେବେବି ସୁନା ପାଇଁ ଲୋଭ ନକରିବା ପାଇଁ ପ୍ରତିଜ୍ଞା ବଦ୍ଧ ହେଲେ  | 

        Moral: ଲୋଭ ନିଶ୍ଚିନ୍ତ ରୂପେ ଦୁଃଖ ଆଣିଥାଏ |

        

I'm Harapriya Mishra. I live in Bhubaneswar, Odisha, India. I love to write stories. Here in my blog I write some interesting stories in Odia language for kids.

0 Comments: