Headlines
Loading...
ସିଂହ ଓ ଠେକୁଆ /The lion and the hare

ସିଂହ ଓ ଠେକୁଆ /The lion and the hare

ସିଂହ ଓ ଠେକୁଆ / The lion and the hare/ Odia Story :



        ଏକ ଜଙ୍ଗଲରେ ଗୋଟିଏ ସିଂହ ଥିଲା ।ସେ ତାର ଭୋକ ମେଣ୍ଟାଇବା ପାଇଁ ଜଙ୍ଗଲର ଅନେକ ପଶୁଙ୍କୁ ହତ୍ୟା କରୁଥିଲା। ଏଥିରେ ଜଙ୍ଗଲର ଅନ୍ୟ ପଶୁମାନେ ବହୁତ ଭୟଭୀତ ହେଲେ। 

        ସେମାନେ ସମସ୍ତେ ଦିନେ ଏକତ୍ରିତ ହୋଇ ସିଂହ ପାଖକୁ ଗଲେ ଓ ତାକୁ କହିଲେ ତୁମେ ଏହି ଜଙ୍ଗଲରେ ଥିବା ସମସ୍ତ ପଶୁ ମାନଙ୍କର ରାଜା।ଆମେ ସମସ୍ତେ ସ୍ଥିର କରିଛୁ ଯେ ଆମେ ପ୍ରତିଦିନ ଗୋଟିଏ ପଶୁ ତୁମର ଖାଦ୍ୟ ପାଇଁ ପଠାଇବୁ। ତୁମେ ଶିକାର ପାଇଁ ସନ୍ଧାନ କରିବା ଆବଶ୍ୟକ ନାହିଁ | ସିଂହ ସେମାନଙ୍କର ପ୍ରସ୍ତାବ ରେ ରାଜି ହେଲା। 

        ସେମାନେ ପ୍ରତିଦିନ ସିଂହ ପାଇଁ ଗୋଟିଏ ଗୋଟିଏ ପଶୁ ପଠାନ୍ତି। ଦିନେ ଏକ ଠେକୁଆର ପାଳି ପଡିଲା । ସେ ଅନ୍ୟ ପଶୁମାନଙ୍କୁ କହିଲା ଯେ, ସେ ସିଂହକୁ ମାରିଦେବ ଓ ସେମାନଙ୍କୁ ଉଦ୍ଧାର କରିବ। ଠେକୁଆଟି ଜାଣିଶୁଣି ଧୀରେ ଧୀରେ ଯାଇ ଭୋକରେ ଥିବା ସିଂହ ପାଖରେ ପହଁଚିଲା। ଠେକୁଆର ବିଳମ୍ବତା ପାଇଁ ସିଂହଟି ତା ଉପରେ ରାଗିଗଲା । 

        ଠେକୁଆଟି ଅତି ନମ୍ରତାର ସହ କହିଲା, "ହେ ମହାରାଜ ମୁଁ ଆପଣଙ୍କ ନିକଟକୁ ଆସୁଥିଲି : ହେଲେ ରାସ୍ତାରେ ଆଉ ଏକ ସିଂହ ମୋତେ ଧରି ପକାଇଲା । ମୁଁ ତାକୁ ପ୍ରତିଜ୍ଞା କରି ଆସିଛି ଯେ ମୁଁ ତା ପାଖକୁ ଫେରିବି । କେବଳ ଏହି ସର୍ତରେ ସେ ମୋତେ ଆପଣଙ୍କ ପାଖକୁ ଆସିବାକୁ ଅନୁମତି ଦେଇଛି । ସେଥିପାଇଁ ମୋର ଆସିବାରେ ବିଳମ୍ବ ହେଇଗଲା । "

         ଏହା ଶୁଣି ସିଂହଟି କ୍ରୋଧାନ୍ୱିତ ହୋଇଗଲା। ସେ ସଂଗେ ସଂଗେ ଯାଇ ସେହି ଅନ୍ୟ ସିଂହଟି କୁ ମାରିବା ପାଇଁ  ଚାଁହୁଥିଲା । ସେ ଠେକୁଆକୁ କହିଲା ମୋତେ ଥରେ ସେହି ସିଂହ ପାଖରେ ପହଞ୍ଚାଇ ଦେ। 

        ଠେକୁଆଟି ତାକୁ ନେଇ ଏକ ଗଭୀର କୂଅ ନିକଟରେ ପହଁଚିଲା । ଠେକୁଆ ସିଂହକୁ କୂଅ ଭିତରକୁ ଦେଖିବାକୁ କହିଲା । ସିଂହଟି ମଧ୍ୟ କୂଅ ଭିତରକୁ ଚାହିଁଲା ଓ ପାଣିରେ ତାର ପ୍ରତିବିମ୍ବ କୁ ଦେଖି ଅନ୍ୟ ସିଂହ ଭାବିଲା । ରାଗରେ ଜର୍ଜରିତ ହୋଇ ସେ କୂଅ ଭିତରକୁ ଡେଇଁ ପଡିଲା ଓ ତାର ଜୀବନ ହରାଇ ବସିଲା । 

        ଏହାପରେ ଠେକୁଆଟି ଜଙ୍ଗଲର ସମସ୍ତ ପଶୁଙ୍କ ନିକଟକୁ ଫେରିଗଲା । ସିଂହକୁ ମାରିବାର ଯୋଜନା ବିଷୟରେ  ସବୁକଥା  ସେ ସେମାନଙ୍କୁ  କହିଲା । 

        Moral: ଯାହା ଶକ୍ତି ଦ୍ୱାରା କରାଯାଇପାରିବ ନାହିଁ ତାହା ବୁଦ୍ଧି ଦ୍ୱାରା କରାଯାଇପାରିବ |

        

     

I'm Harapriya Mishra. I live in Bhubaneswar, Odisha, India. I love to write stories. Here in my blog I write some interesting stories in Odia language for kids.

0 Comments: