
ଦୁଇ ସାଙ୍ଗ ଓ ଭାଲୁ / Two friends and a bear story in Odia / Odia story
ଦୁଇ ସାଙ୍ଗ ଓ ଭାଲୁ / Two friends and a bear story in Odia / Odia story:
ଦୁଇ ସାଙ୍ଗ ଥିଲେ | ସେହି ଦୁଇ ଜଣ ସାଙ୍ଗ ଏକ ଜଙ୍ଗଲରେ ଏକାକୀ ରାସ୍ତାରେ ଯାତ୍ରା କରୁଥିଲେ | ଏମିତି ଜଙ୍ଗଲ ରାସ୍ତାରେ ଚାଲିଚାଲି ଯିବା ସମୟରେ ହଠାତ ତାଙ୍କ ନଜର ଏକ ଭାଲୁ ଉପରେ ପଡିଲା | ଭାଲୁକୁ ଦେଖି ଦୁଇଜଣ ଯାକ ବହୁତ ଡରିଗଲେ |
ସେମାନଙ୍କ ମଧ୍ୟରୁ ଜଣେ ଭାଲୁକୁ ଦେଖି ନିଜକୁ ରକ୍ଷା କରିବା ପାଇଁ ପାଖରେ ଥିବା ଏକ ଗଛ ଉପରେ ଚଢ଼ିଗଲା | ସେ କିନ୍ତୁ ନିଜ ସାଙ୍ଗ ପାଇଁ କିଛି ବି ଭାବିଲାନି ଯେ, ତାର କଣ ହେବ ଓ ସେ କିପରି ନିଜକୁ ରକ୍ଷା କରିବା | ଅନ୍ୟ ସାଙ୍ଗକୁ ଗଛ ଉପରେ ଚଢିବା ଜଣା ନଥିଲା | ସେ ନିଜକୁ ଅସହାୟ ମନେ କଲା | ଅନ୍ୟ କିଛି ଉପାୟ ନପାଇ ସେ ଭୂମି ଉପରେ ଏକ ମୃତ ମଣିଷ ପରି ଶୋଇରହିଲା | ସେ ଜାଣିଥିଲା ଯେ ଭାଲୁ କେବେବି ଏକ ମୃତ ବ୍ୟକ୍ତିକୁ ଛୁଇଁ ନଥାଏ |
ଏହି ସମୟ ଭିତରେ ଭାଲୁଟି ଭୂମି ଉପରେ ଶୋଇରହିଥିବା ସେହି ପିଲାଟି ପାଖକୁ ଆସିଲା |ସେ ତାର ନାକ, କାନ ଆଦି ସବୁ ଶୁଙ୍ଘିବାକୁ ଲାଗିଲା | ସେ ପିଲାଟିକୁ ମୃତ ଭାବି ତାକୁ ଛାଡି ପଳାଇଲା |
ଭାଲୁଟି ଯେତେବେଳେ ଜଙ୍ଗଲ ଭିତରକୁ ଚାଲିଗଲା ସେହି ସମୟରେ ଗଛ ଉପରେ ଚଢିଥିବା ପିଲାଟି ତଳକୁ ଆସିଲା | ତଳକୁ ଆସିବା ପରେ ସେ ଅନ୍ୟ ପିଲାଟି ପାଖକୁ ଗଲା ଓ ତାକୁ ପଚାରିଲା, "ଆଚ୍ଛା ସାଙ୍ଗ ମୁଁ ଦେଖିଲି ଭାଲୁଟି ତୁମ କାନ ପାଖରେ କିଛି ଗୁଣୁଗୁଣୁ ହୋଇ କହୁଥିଲା | ମୁଁ ଜାଣିବାକୁ ଛାଁହୁଛି ଯେ ସେ ତୁମକୁ କଣ କହିଲା | "
ଦ୍ୱିତୀୟ ପିଲାଟି କହିଲା ଯେ ଭାଲୁ ତାକୁ କହିଲା ,କେବେବି ସେହି ସାଙ୍ଗକୁ ବିଶ୍ୱାସ କରନି, ଯେ ତୁମକୁ ତୁମର ବିପଦ ସମୟରେ ଅସହାୟ ଓ ଏକୁଟିଆ ଛାଡି ଚାଲି ଯାଇଥାଏ |
Moral: ଦରକାର ସମୟର ବନ୍ଧୁ ହିଁ ପ୍ରକୃତ ବନ୍ଧୁ।
0 Comments:
Post a Comment