
The Dog and his Shadow/The Greedy Dog/ ଲୋଭୀ କୁକୁର
ଲୋଭୀ କୁକୁର /The Dog and his Shadow/ The Greedy Dog/ An Odia story:
ଥରେ ଗୋଟିଏ କୁକୁରକୁ ବହୁତ ଭୋକ ଲାଗୁଥିଲା । ହଠାତ ତାକୁ ଏକ ମାଂସ ଖଣ୍ଡ ମିଳିଲା । ମାଂସ ଖଣ୍ଡକୁ ଧରି ସେ ଏକ ନଦୀ କୂଳରେ ଯାଉଥିଲା ।ଏମିତି ଚାଲି ଚାଲି ସେ ଏକ ପୋଲ ପାଖରେ ପହଁଚିଲା । ସେ ପୋଲଟିକୁ ପାରିକରି ଯିବା ସମୟରେ ହଠାତ ତା ନଜର ସ୍ୱଚ୍ଛ ପାଣିରେ ଥିବା ତା ଛାଇ ଉପରେ ପଡିଲା ।
ସେ ଭାବିଲା ପାଣି ଭିତରେ ଆଉ ଏକ କୁକୁର ଅଛି ଭାବି ତା ଠାରୁ ମାଂସ ଖଣ୍ଡକୁ ଛଡ଼ାଇ ଆଣିବାକୁ ଚାହିଁଲା । ସେ ଭାବିଲା," ଯଦି ମୁଁ ସେହି ମାଂସ ଖଣ୍ଡଟିକୁ ଛଡ଼ାଇ ଆଣିବି ତାହେଲେ ମୋ ପାଖରେ ଦୁଇ ଖଣ୍ଡ ମାଂସ ହୋଇଯିବ । "
ଏମିତି ଭାବି ସେ ଲୋଭର ବଶବର୍ତ୍ତୀ ହୋଇ ସେ ସେହି ମିଥ୍ୟା ମାଂସ ଖଣ୍ଡକୁ ଛାଡ଼ି ଆଣିବା ପାଇଁ ଭୋ' ଭୋ' କରି ନଦୀ ଭିତରକୁ ଡେଇଁ ପଡିଲା । ଏମିତି କରିବା ପରେ ତା ପାଖରେ ଥିବା ମାଂସ ଖଣ୍ଡଟି ନଦୀ ପାଣିରେ ପଡିଯାଇ ନଦୀ ସ୍ରୋତରେ ଭାସିଗଲା । ଏମିତି କରି ସେ ତାର ମାଂସ ଖଣ୍ଡଟିକୁ ହରାଇ ଭୋକରେ ରହିଲା ।
Moral : ଲୋଭର ଫଳ ସର୍ବଦା ହାନି ପହଂଚାଇ ଥାଏ ।
You get more #stories here for your #children. You also find interesting #odiastories here in this blog.
0 Comments:
Post a Comment