
The farmer and the snake/ କୃଷକ ଓ ସାପ
The farmer and the snake/ An Odia story/ କୃଷକ ଓ ସାପ :
ଗୋଟିଏ ଗାଁରେ ଜଣେ କୃଷକ ଥିଲା । ଏକ ଶୀତୁଆ ସକାଳ ଥିଲା ଓ କୃଷକଟି ତାର କ୍ଷେତକୁ ଯାଉଥିଲା । କ୍ଷେତକୁ ଯିବା ସମୟରେ ରାସ୍ତାରେ ତାକୁ ଗୋଟିଏ ସାପ ଦେଖାଗଲା ।
ସାପଟି ଶୀତରେ ଥରୁଥିଲା ଓ ଏତେ ଥଣ୍ଡାରେ ସେ ମୃତ୍ୟୁର ବହୁତ ନିକଟବର୍ତ୍ତୀ ଥିଲା । କୃଷକଟି ଜଣେ ଦୟାବାନ ବ୍ୟକ୍ତି ଥିଲା । ସାପକୁ ଶୀତରେ ଥରୁଥିବା ଦେଖି ତାକୁ ସାପ ଉପରେ ଦୟା ଆସିଲା ।
କୃଷକଟି ସାପକୁ ତା ସହିତ ତା ଘରକୁ ନେଇଗଲା ଓ ଅଗ୍ନି ସମୁଖରେ ତାକୁ କିଛି ସମୟ ପାଇଁ ଆରାମ ପାଇବା ପାଇଁ ରଖିଦେଲା । ଏହା ପରେ ସେ ତାକୁ କିଛି କ୍ଷୀର ପିଇବା ପାଇଁ ଦେଲା । ସାପଟି ଅଗ୍ନି ସମୁଖରେ ଉଷୁମ ପାଇବା ପରେ ଓ ଖାଦ୍ୟ ଖାଇବା ପରେ ତାକୁ ଶକ୍ତି ମିଳିଲା । ତା ପରେ ସେ ତାର ଶକ୍ତିକୁ ପୁନର୍ବାର ଫେରିପାଇଲା ।
କୃଷକର ପିଲାମାନେ ସେହି ପାଖରେ ଖେଳୁଥିଲେ । ସାପଟି ପ୍ରକୃତିରେ ଦୁଷ୍ଟ ସ୍ୱଭାବର ଥିଲା । ପିଲାମାନଙ୍କୁ ଦେଖି ସେ ସେମାନଙ୍କୁ କାମୁଡିବା ପାଇଁ ଗଲା ।
ହଠାତ କୃଷକଟି ନଜରରେ ଏହା ପଡିଲା । ସେ ଭାବିଲା ସାପଟି କେତେ ଅକୃତଜ୍ଞ ଓ ଦୁଷ୍ଟ ସତରେ । ସେ ରାଗିଯାଇ ତା କୁରାଢ଼ିର ଏକ ଚୋଟରେ ସାପଟିକୁ ମାରିଦେଲା ।
Moral :ଦୁଷ୍ଟ ଲୋକମାନଙ୍କୁ ଯେତେ ଭଲ ବ୍ୟବହାର କଲେ ମଧ୍ୟ ସେମାନେ ସେମାନଙ୍କର ପ୍ରକୃତି ତ୍ୟାଗ କରିପାରିବେ ନାହିଁ ।
You get more #stories here for your #children. You also find interesting #odiastories here in this blog.
0 Comments:
Post a Comment