Headlines
Loading...

କୋକିଶିଆଳି ଓ ଛେଳି / The fox and the goat / Odia story:

        ଏକ ଜଙ୍ଗଲରେ ଗୋଟିଏ କୋକିଶିଆଳି ଥିଲା । ଥରେ ସେ ଏକ କୂଅ ଭିତରେ ପଡିଗଲା । ସେ ଯତେ ଚେଷ୍ଟା କଲେ ବି କୂଅ ବାହାରକୁ ଆସିପାରିଲାନି । ସେ ନିରାଶ ହୋଇଗଲା । ସେହି ସମୟରେ ଏକ ଛେଳି ସେହି ସ୍ଥାନରେ ଆସି ପହଁଚିଲା । ଛେଳିଟିକୁ ବହୁତ ଶୋଷ ଲାଗୁଥିଲା । ସେ କୋକିସିଆଳିକୁ ପାଣିର ସ୍ୱାଦ ବିଷୟରେ ପଚାରିଲା । 



        କୋକିଶିଆଳି ଛେଳିକୁ କହିଲା , " ଭାଇ ଛେଳି , ପିଇବା ପାଇଁ ଏହି କୂଅର ପାଣି ଅତି ମଧୁର । ଏହି ପାଣି ଏତେ ମଧୁର ଯେ ଯାହାକୁ ପିଇ ମୁଁ ମୋ ତୃଷା ମେଣ୍ଟାଇ ପାରିଲି । ଏହି କୂଅର ପାଣିକୁ ଯେତେ ପିଇଲେ ମଧ୍ୟ ଆହୁରି ପିଇବା ପାଇଁ ଇଛା ହେଉଛି । ଭାଇ ତୁମେ ମଧ୍ୟ ତଳକୁ ଆସ ଓ ଏହି କୂଅର ପାଣିକୁ ଚାଖି ଦେଖ ଯେ ଏହା କେତେ ମଧୁର । "

        ମୂର୍ଖ ଛେଳିଟି କୋକିଶିଆଳିର ଏହି କଥାକୁ ବିଶ୍ୱାସ କରିଗଲା ଓ ପାଣି ପିଇବା ପାଇଁ କୂଅ ଭିତରକୁ ଡେଇଁପଡ଼ିଲା । ଛେଳିଟି କୂଅ ଭିତରକୁ ଡେଇଁବା ମାତ୍ରେ ଚତୁର କୋକିଶିଆଳିଟି ଛେଳିର ମୁଣ୍ଡ ଉପରେ ଚଢ଼ି ଅତି ସହଜରେ କୂଅରୁ ବାହାରକୁ ଆସିଗଲା । ମୂର୍ଖ ଛେଳିଟି କୂଅ ଭିତରେ ରହିଗଲା । 

        ଛେଳିଟି ଏବେ ବୁଝି ପାରିଲା ଯେ ଚତୁର କୋକିଶିଆଳିଟି ତାକୁ କୂଅ ଭିତରକୁ ଆସିବା ପାଇଁ କାହିଁକି ଡାକୁଥିଲା । 

        Moral: ଜଣକୁ କିଛି କରିବା ପୂର୍ବରୁ ତା ବିଷୟରେ ଭଲରେ ଚିନ୍ତାକରି କରିବା ଉଚିତ । 

You get more #stories here for your children. You get interesting #odiastories here in this blog.




I'm Harapriya Mishra. I live in Bhubaneswar, Odisha, India. I love to write stories. Here in my blog I write some interesting stories in Odia language for kids.

0 Comments: