Headlines
Loading...

ସିଂହ ଓ ମୂଷା / The lion and the mouse/ Odia story:

        ଥରେ ଗୋଟିଏ ସିଂହ ତା ଗୁମ୍ଫା ଭିତରେ ସୋଇଥିଲା । ସେହି ସମୟରେ ଗୋଟିଏ ମୂଷା ଅତି ଆନନ୍ଦରେ ସେହି ସ୍ଥାନରେ ଖେଳୁଥିଲା । 

        ଖେଳୁଥିବା ସମୟରେ ସେ ଭୁଲ ବଶତଃ ସିଂହର ନାକରେ ପ୍ରବେଶ କରିଗଲା । ଏଥିରେ ସିଂହର ନିଦ ଭାଙ୍ଗିଗଲା ଓ ସେ ନିଦରୁ ଉଠିଗଲା ।ସେଥିପାଇଁ  ସେ ମୂଷା ଉପରେ ବହୁତ ଜୋରେ ରାଗିଗଲା । ମୂଷାଟି ବାହାରକୁ ଆସିବା ପରେ ସିଂହ ତାକୁ ତା ପଞ୍ଝାରେ ଧରିପକାଇଲା ଓ ମାରିବା ପାଇଁ ବାହାରିଲା । ନିରୀହ ମୂଷାଟି ବହୁତ ଡରିଗଲା । 



        ଜୀବନ ବିକଳରେ ସେ ସିଂହକୁ ଅତି ନମ୍ରତାର ସହିତ କହିଲା, " ପ୍ରଭୁ, ମୁଁ କୌଣସି ଉଦେଶ୍ୟ ରଖି ଆପଣଙ୍କୁ ଅପମାନିତ କରିନି।ଦୟାକରି ମୋତେ କ୍ଷମା କରନ୍ତୁ ଏବଂ ମୋ ଜୀବନକୁ ବଞ୍ଚାନ୍ତୁ । ମୁଁ ଅତି କ୍ଷୁଦ୍ର ପ୍ରାଣୀ । ଆପଣ ଜଙ୍ଗଲର ରାଜା । ଆପଣ ଯଦି ମୋ ପରି ଏକ କ୍ଷୁଦ୍ର ପ୍ରାଣୀକୁ ମାରିଦେବେ, ଏହା ଆପଣଙ୍କ ଚରିତ୍ର ଉପରେ ଏକ ଦାଗ ଲଗାଇବ । ଆବଶ୍ୟକ ସମୟରେ ମୁଁ ଆପଣଙ୍କୁ, କୌଣସି ପରିସ୍ଥିତିରେ ସାହାଯ୍ୟ ମଧ୍ୟ କରିପାରିବି।" 

        ମୂଷାର କଥା ଶୁଣି ସିଂହ ହସିବାକୁ ଲାଗିଲା । ତଥାପି ବି ସେ ମୂଷା ଉପରେ ଦୟା କରି ତାକୁ ଯିବାକୁ ଦେଲା ।ଏହି ଘଟଣାର କିଛିଦିନ ପରେ ସିଂହଟି ଜଙ୍ଗଲରେ ବୁଲୁଥିଲା । ବୁଲୁଥିବା ସମୟରେ ସେ ଗୋଟିଏ ଶିକାରୀର ଜାଲରେ ପଡିଗଲା । ସେ ବହୁତ ଜୋରେ ଗର୍ଜନ କଲା ଓ ବାହାରକୁ ଆସିବା ପାଇଁ ବହୁତ ଚେଷ୍ଟା କଲା, କିନ୍ତୁ ସବୁ ବୃଥା ହେଲା। ମୂଷାଟି ସେହି ସମୟରେ ସେହି ପାଖରେ ବାସ କରୁଥିଲା । 

        ସିଂହର ଗର୍ଜନ ଶୁଣି ସେ ସେହି ସ୍ଥାନରେ ଆସି ପହଁଚିଲା । ସେ ତାର ଜୀବନ ବଞ୍ଚାଇଥିବା  ସିଂହକୁ ଚିହ୍ନିପାରିଲା । କୃତଜ୍ଞତା ହେତୁ ସେ ତା ତୀକ୍ଷ୍ଣ ଦାନ୍ତରେ ସେହି ଜାଲକୁ  କାଟିଦେଲା ଓ ସିଂହକୁ ଜାଲରୁ ରକ୍ଷାକଲା । 

        ସିଂହଟି ତାର ସେହି କୁନି ସାଙ୍ଗକୁ ଧନ୍ୟବାଦ କଲା ଓ ଜଙ୍ଗଲକୁ ଚାଲିଗଲା । 

 Moral: ଯଦି ଆମେ ଏକ ଭଲ କାର୍ଯ୍ୟ କରିବା, ତେବେ ଆମେ ଏହା ପରିବର୍ତେ ଭଲ ଫେରି ପାଇବା ।

        To read more #stories like this for your #kids you can read my other #blog posts. Here you get more interesting #Odiastories for your #children.

       

        


I'm Harapriya Mishra. I live in Bhubaneswar, Odisha, India. I love to write stories. Here in my blog I write some interesting stories in Odia language for kids.

0 Comments: