
ଠେକୁଆ ଓ କଇଁଛ /The hare and the tortoise
ଠେକୁଆ ଓ କଇଁଛ /The hare and the tortoise/ Odia story :
ଗୋଟିଏ ଠେକୁଆ ଥିଲା । ସେ ଥରେ ଗୋଟିଏ କଇଁଛକୁ ଦେଖିଲା । ଠେକୁଆଟି କଇଁଛର ଧୀର ଗତିକୁ ଦେଖି ହସିବାକୁ ଲାଗିଲା । ଠେକୁଆର ହସିବା ଦେଖି କଇଁଛ ତା ଉପରେ ଜୋରେ ରାଗିଗଲା । ସେ ଏକ ଦୌଡ ପ୍ରତିଯୋଗିତା କରିବା ପାଇଁ ଠେକୁଆକୁ ଆହ୍ୱାନ କଲା । ସେ ଦେଖିବାକୁ ଚାଁହୁଥିଲା ଯେ ପ୍ରତିଯୋଗିତାରେ କିଏ ଜିତୁଛି ।
ଠେକୁଆ ତାର ପ୍ରସ୍ତାବରେ ଆଶ୍ଚର୍ଯ୍ୟ ହୋଇଗଲା, କାରଣ ସେ ଜାଣିଥିଲା ଯେ କଇଁଛ କେବେ ବି ତାକୁ ପ୍ରତିଯୋଗିତାରେ ପରାଜୟ କରିପାରିବ ନାହିଁ । ସେଥିପାଇଁ ସେ ଅତି ଖୁସିରେ କଇଁଛର ପ୍ରସ୍ତାବକୁ ସ୍ୱୀକାର କରିନେଲା ।
ପ୍ରାରମ୍ଭ ବିନ୍ଦୁ ସ୍ଥିର କରାଯାଇଥିଲା । ଦୂରରେ ଥିବା ଏକ ବରଗଛକୁ ଲକ୍ଷ୍ୟସ୍ଥଳ ସ୍ଥିର କରାଗଲା । ଗୋଟିଏ ଛେଳି ସେହି ସ୍ଥାନରେ ଉପସ୍ଥିତ ଥିଲା । ଛେଳିର ତତ୍ୱାବଧାନରେ ଖେଳ ହେବାପାଇଁ ସ୍ଥିର କରାଗଲା । ଛେଳି ସଂକେତ ଦେବା ପରେ ଦୌଡ ପ୍ରତିଯୋଗିତା ଆରମ୍ଭ କରାଗଲା ।
ଠେକୁଆଟି ସହଜରେ କଇଁଛକୁ ପଛରେ ପକାଇ ବହୁ ଦୁରକୁ ଗତି କରିଗଲା । ସେହି ସମୟରେ ଠେକୁଆକୁ ନିଦ ଲାଗିଲା ।ସେ ଟିକିଏ ଶୋଇବାକୁ ଚିନ୍ତା କଲା । ସେ ଭାବିଲା, ସେ ଶୀଘ୍ର ନିଦରୁ ଉଠିପଡ଼ିବ ଓ ପୁଣି ଦୌଡ଼ି ଲକ୍ଷ୍ୟ ସ୍ଥଳରେ ପ୍ରଥମେ ପହଞ୍ଚିଯିବ ।ଏମିତି ଭାବି ଠେକୁଆଟି ଶୋଇପଡ଼ିଲା ।
ଏହି ସମୟ ମଧ୍ୟରେ କଇଁଛଟି ଧୀରେ ଧୀରେ ତା ଲକ୍ଷ୍ୟ ସ୍ଥଳ ଆଡକୁ ଅଗ୍ରସର ହୋଇଚାଲିଲା । ସେ ମୁହୂର୍ତକ ପାଇଁ ମଧ୍ୟ ବିଶ୍ରାମ ନେଇନଥିଲା । ଯେତେବେଳେ ସେ ତାର ଲକ୍ଷ୍ୟ ସ୍ଥଳର ଖୁବ ନିକଟବର୍ତି ହୋଇଆସିଲା, ଠିକ ସେହି ସମୟରେ ଠେକୁଆର ନିଦ ଭାଙ୍ଗିଗଲା । କଇଁଛକୁ ଲକ୍ଷ୍ୟସ୍ଥଳର ଏତେ ନିକଟରେ ଦେଖି ସେ ଖୁବ ଜୋରେ ଦୌଡିବାକୁ ଲାଗିଲା । କିନ୍ତୁ ସେ କଇଁଛକୁ ହରାଇ ପାରିଲା ନାହିଁ । ଦେଖୁ ଦେଖୁ କଇଁଛ ଯାଇ ଲକ୍ଷ୍ୟସ୍ଥଳରେ ପହଂଚିଗଲା ଓ ଠେକୁଆକୁ ପରାଜିତ କରିଦେଲା ।
Moral: ଧୀରତା ଓ ସ୍ଥିରତାରେ ଦୌଡ ଜିତିବା ସହଜ ହୋଇଥାଏ ।
To read more #stories like this for your #kids you can read my other #blog posts. Here you get more interesting #Odiastories for your #children.
0 Comments:
Post a Comment