The old man and his quarrelling sons
ବୃଦ୍ଧ ବ୍ୟକ୍ତି ଓ ତାଙ୍କର ଝଗଡା କରୁଥିବା ପୁଅମାନେ/ The old man and his quarrelling sons story/ Odia story:
କୁସୁମପୁର ନାମକ ଏକ ଗ୍ରାମ ଥିଲା । ସେହି ଗ୍ରାମରେ ଜଣେ ବୃଦ୍ଧ ବ୍ୟକ୍ତି ବାସ କରୁଥିଲେ। ସେହି ବୃଦ୍ଧ ବ୍ୟକ୍ତିଙ୍କର ତିନୋଟି ପୁଅ ଥିଲେ। ସେମାନେ ସବୁବେଳେ ଜଣେ ଅନ୍ୟଜଣଙ୍କ ସହିତ ଝଗଡା କରିବାରେ ବ୍ୟସ୍ତ ଥିଲେ । ବ୍ୟକ୍ତି ଜଣଙ୍କ ସେମାନଙ୍କୁ ଝଗଡା ନକରିବା ପାଇଁ କହୁଥିଲେ, କିନ୍ତୁ ସେମାନେ ତାଙ୍କ କଥା ନଶୁଣି ଝଗଡା କରୁଥିଲେ ।
ପିଲାମାନଙ୍କର ଏହିପରି ସ୍ଵଭାଵ ବୃଦ୍ଧ ଜଣଙ୍କୁ ଚିନ୍ତାଗ୍ରସ୍ତ କରାଉଥିଲା ଓ ସେ ଏଥିରେ ବହୁତ ଦୁଃଖୀ ମଧ୍ୟ ହେଉଥିଲେ । ଶେଷରେ ସେ ଏକ ଯୋଜନା ପ୍ରସ୍ତୁତ କଲେ । ଥରେ ସେ ତାଙ୍କର ତିନି ପୁଅଙ୍କୁ ପାଖକୁ ଡାକିଲେ । ଯେତେବେଳେ ସେମାନେ ତାଙ୍କ ପାଖକୁ ଆସିଲେ, ସେ ପ୍ରଥମେ ବଡ ପୁଅକୁ ଏକ କାଠି ଗୋଚ୍ଛା ଆଣିବା ପାଇଁ କହିଲେ ଓ ସେ ଆଣିବା ପରେ ତାକୁ ସେହି କାଠି ଗୋଚ୍ଛାକୁ ଏକାଥରେ ଭାଙ୍ଗିବା ପାଇଁ କହିଲେ , କିନ୍ତୁ ସେ କାଠି ଗୋଛାଟିକୁ ଭାଙ୍ଗିପାରିଲା ନାହିଁ ।
ଏହାପରେ ସେ ତାଙ୍କ ମଝିଆଁ ପୁଅକୁ କାଠି ଗୋଛାଟିକୁ ଭାଙ୍ଗିବା ପାଇଁ କହିଲେ, ସେ ମଧ୍ୟ ଏଥିରେ ବିଫଳ ହେଲା । ତା ପରେ ସେ ତାଙ୍କ ସାନ ପୁଅକୁ ସେହି କାଠି ଗୋଛାଟିକୁ ଭାଙ୍ଗିବା ପାଇଁ କହିଲେ । ସେ ମଧ୍ୟ ବହୁ ଚେଷ୍ଟା କରି କାଠି ଗୋଚ୍ଛାଟିକୁ ଭାଙ୍ଗି ପାରିଲା ନାହିଁ ।
ତିନି ଜଣ କାଠି ଗୋଛାଟିକୁ ଭାଙ୍ଗିବାରେ ବିଫଳ ହେବ ପରେ ବୃଦ୍ଧ ଜଣଙ୍କ ପ୍ରତ୍ୟେକଙ୍କୁ ଗୋଚ୍ଛାରୁ ଗୋଟିଏ କାଠିକୁ ଭାଙ୍ଗିବାକୁ କହିଲେ ।ସେମାନେ ସହଜରେ ଗୋଟିଏ ଲେଖାଏଁ କାଠିକୁ ଭାଙ୍ଗିଦେଲେ । ଏହାପରେ ବୃଦ୍ଧ ଜଣଙ୍କ ସେମାନଙ୍କୁ କହିଲେ ," ପିଲାମାନେ ତୁମେ ଏବେ ଏକତାର ମୂଲ୍ୟ ବୁଝିପାରିଲ । ତୁମେ ଏକାଠି ଥିବା କାଠି ଗୋଚ୍ଛାକୁ ଭାଙ୍ଗି ପାରିଲ ନାହିଁ କିନ୍ତୁ ଗୋଚ୍ଛା ମଧ୍ୟରୁ ଗୋଟିଏ ଲେଖାଏଁ କାଠିକୁ ସହଜରେ ଭାଙ୍ଗିପାରିଲ । ଏହିପରି ଭାବରେ ତୁମେମାନେ ଯଦି ପରସ୍ପର ସହ ଝଗଡା ନକରି ମିଳିମିଶି ରହିବ, ତାହେଲେ କେହିବି ତୁମର କ୍ଷତି କରିପାରିବେ ନାହିଁ । ଯଦି ତୁମେମାନେ ପରସ୍ପର ଠାରୁ ଅଲଗା ହୋଇ ରହିବ ତ, ଶତ୍ରୁମାନେ ତୁମର ସହଜରେ କ୍ଷତି କରିପାରିବେ । "
ଏହାପରେ ତିନି ଜଣ ଯାକ ବ୍ୟକ୍ତି ଜଣଙ୍କର କହିବା କଥାକୁ ବୁଝିପାରିଲେ। ସେମାନେ ଏକତାର ମୂଲ୍ୟକୁ ବୁଝି ଏହାପରଠାରୁ ସେମାନେ ଝଗଡା କରିବା ବନ୍ଦକରି ପରସ୍ପର ସହିତ ମିଳିମିଶିକରି ଖୁସିରେ ଓ ଶାନ୍ତିରେ ରହିଲେ ।
Moral: ଏକତା ହେଉଛି ଶକ୍ତି।
To read more #stories like this for your #kids you can read my other #blog posts. Here you get more interesting #Odiastories for your #children.
0 Comments:
Post a Comment