
The Fox without a Tail/ The Fox Odia story/ ଲାଞ୍ଜ ନଥିବା କୋକିଶିଆଳି
The Fox without a Tail/ The Fox Odia story/ ଲାଞ୍ଜ ନଥିବା କୋକିଶିଆଳି :
ଦିନକର କଥା, କୋକିଶିଆଳିଟିଏ ଖାଦ୍ୟ ସନ୍ଧାନରେ ଏଣେତେଣେ ଘୁରି ବୁଲୁଥିଲା । ଦୁଃର୍ଭାଗ୍ୟବଶତଃ, ସେ ଏକ ଯନ୍ତାରେ ପଡିଗଲା । କୋକିଶିଆଳିଟି ପ୍ରାଣପଣେ ଯେତେ ଚେଷ୍ଟା କଲେ ମଧ୍ୟ ସେ ଯନ୍ତାରୁ ମୁକୁଳି ପାରିଲା ନାହିଁ ।
ଏହି ସମୟରେ ଯନ୍ତାର ମାଲିକ ଆସିଲେ । ସେ କିନ୍ତୁ କୋକିଶିଆଳିକୁ ମାରିବା ପରିବର୍ତ୍ତେ ତାର ଲାଞ୍ଜଟିକୁ କାଟିଦେଲେ ଓ ତାକୁ ଯନ୍ତାରୁ ମୁକ୍ତ କରିଦେଲେ । କିନ୍ତୁ କୋକିଶିଆଳି ନିଜ ଲାଞ୍ଜକୁ ହରାଇ ବହୁତ ଦୁଖୀ ଥିଲା । ଜଙ୍ଗଲରେ ଥିବା ଅନ୍ୟ କୋକିଶିଆଳିମାନଙ୍କ ସହିତ ମିଶିବାକୁ ତାକୁ ଲଜ୍ଜ୍ୟାବୋଧ ହେଉଥିଲା ।
ତଥାପି ସେ ଏକ ଯୋଜନା କଲା । ଜଙ୍ଗଲରେ ଥିବା ସମସ୍ତ କୋକିଶିଆଳିଙ୍କୁ ଡାକି ଏକ ସଭା ଆୟୋଜନ କଲା । ସଭାରେ ସେ ଅନ୍ୟ କୋକିଶିଆଳିମାନଙ୍କୁ କହିଲା , "ଦେଖ ବନ୍ଧୁମାନେ ମଣିଷର ଲାଞ୍ଜ ନାହିଁ , କାରଣ ଏହା ଏକ ଅଦରକାରୀ ଓ ଅନାବଶ୍ୟକ ଜିନିଷ । ସେଥିପାଇଁ ମୁଁ ମୋ ଲାଞ୍ଜକୁ କାଟିଦେଇଛି ଓ ଏବେ ମୁଁ ଅତି ଆରାମରେ ଅଛି । "
ସେ ଅନ୍ୟ ସମସ୍ତ କୋକିଶିଆଳିମାନଙ୍କୁ ତା ଭଳି ତାଙ୍କ ଲାଞ୍ଜ କାଟିବା ପାଇଁ ଉପଦେଶ ଦେଲା । ଏହାପରେ ସେମାନେ ସମସ୍ତେ ମଧ୍ୟ ତା ପରି ଆରାମରେ ରହିବେ ବୋଲି କହିଲା । ସମସ୍ତ କୋକିଶିଆଳିମାନଙ୍କ ମଧ୍ୟରୁ ଜଣେ ବୃଦ୍ଧ କୋକିଶିଆଳିଟିଏ ତାର ଉଦେଶ୍ୟ ବୁଝିପାରିଲା ।
ବୃଦ୍ଧ କୋକିଶିଆଳି କହିଲା ଆମେମାନେ ନିର୍ବୋଧ ନୁହେଁ । ବୃଦ୍ଧ କୋକିଶିଆଳି ବୁଝିପାରିଲା ଯେ, ସେହି କୋକିଶିଆଳିଟି ତା ନିଜ ଲାଞ୍ଜ ହରାଇ ଥିବାରୁ: ସେ ଚାଁହୁଛି ଯେ ଅନ୍ୟ ସମସ୍ତ କୋକିଶିଆଳି ମଧ୍ୟ ତାଙ୍କ ଲାଞ୍ଜ କାଟି ଦିଅନ୍ତୁ । କିନ୍ତୁ ସେମାନେ ସେହି ଦୁଷ୍ଟ କୋକିଶିଆଳିର କଥା ମାନିଲେ ନାହିଁ । ଅନ୍ୟ ସମସ୍ତେ ଏବେ ସେହି ଲାଞ୍ଜ ନଥିବା କୋକିଶିଆଳିର ମନ୍ଦ ଉଦେଶ୍ୟକୁ ଭଲ ଭାବରେ ବୁଝି ପାରିଲେ । ସେମାନେ ସମସ୍ତେ ସେହି ବୃଦ୍ଧ କୋକିଶିଆଳିକୁ ସମର୍ଥନ କଲେ ଓ ଲାଞ୍ଜ ନଥିବା ସେହି କୋକିଶିଆଳିକୁ ଘଉଡ଼ାଇ ଦେଲେ ।
ଶିକ୍ଷା: ଏହି କାହାଣୀରୁ ଆମକୁ ଏହି ଶିକ୍ଷା ମିଳିଲା ଯେ, ବୁଦ୍ଧିମାନ ଲୋକ ସବୁବେଳେ ଦୁଷ୍ଟ ମନୁଷ୍ୟର ମନ୍ଦ ଉଦେଶ୍ୟକୁ ଦେଖିପାରିଥାଏ । କିନ୍ତୁ ଦୁଷ୍ଟ ଲୋକ ସବୁବେଳେ ଅନ୍ୟମାନଙ୍କୁ ତା ପରି ଅସୁବିଧାରେ ପକାଇବାକୁ ଚେଷ୍ଟା କରିଥାଏ ।
To get more #stories like this you can read the other posts in this #Blog.
0 Comments:
Post a Comment