Headlines
Loading...
The Crow and the Pitcher/ Thirsty crow story in Odia/ ତୃଷାର୍ତ୍ତ କୁଆ ଗପ

The Crow and the Pitcher/ Thirsty crow story in Odia/ ତୃଷାର୍ତ୍ତ କୁଆ ଗପ

 The Crow and the Pitcher/ Thirsty crow story in Odia/ ତୃଷାର୍ତ୍ତ କୁଆ ଗପ :

        ଥରକର କଥା ଗୋଟିଏ କୁଆକୁ ବହୁତ ଶୋଷ ଲାଗୁଥିଲା । ପାଣି ଖୋଜିବା ପାଇଁ ସେ ଏଣେତେଣେ ଉଡ଼ିବୁଲିଲା, କିନ୍ତୁ ସେ କେଉଁଠି ବି ପାଣି ପାଇଲା ନାହିଁ  । ଉଡିଉଡି ଶେଷରେ ସେ କିଛି ଦୂରରେ ଥିବା ଏକ କ୍ଷେତରେ ପହଁଚିଲା । କ୍ଷେତ ମଧ୍ୟରେ ଏକ ପାତ୍ର ତାକୁ ଦେଖାଗଲା । ପାତ୍ରକୁ ଦେଖି କୁଆଟି ଉଡିକରି ତା ପାଖରେ ପହଁଚିଲା । 

        ପାତ୍ର ଭିତରେ ପାଣି ଦେଖି ସେ ବହୁତ ଖୁସି ହୋଇଗଲା, କିନ୍ତୁ ପାତ୍ରଟିରେ ଥିବା ପାଣି ପାତ୍ରର ବହୁତ ତଳେ ଥିଲା । ସେ ତାର ଥନ୍ଟ ପାଣି ପାତ୍ରରେ ବୁଡାଇ ପାଣି ପିଇବା ପାଇଁ ଚେଷ୍ଟା କଲା , କିନ୍ତୁ ପାଣି ପାତ୍ରର ପୁରା ତଳ ଭାଗରେ ଥିବାରୁ ସେ ଯେତେ ଚେଷ୍ଟା କଲେ ମଧ୍ୟ ତାର ସମସ୍ତ ପରିଶ୍ରମ ବୃଥା ହୋଇଯାଉଥିଲା । 



        ଏବେ କୁଆଟିକୁ ଆହୁରି ଜୋରେ ଶୋଷ ଲାଗୁଥିଲା ଓ କୌଣସି ମତେ ପାତ୍ରରୁ ପାଣି ପିଇବା ତା ପାଇଁ ବହୁତ ଜରୁରୀ ଥିଲା । ଶେଷରେ ପାଣି ପିଇବା ପାଇଁ ସେ ଏକ ଉପାୟ ପାଞ୍ଚିଲା । ସେ ଦେଖିଲା କ୍ଷେତ ନିକଟରେ କିଛି ଛୋଟ ଛୋଟ ଗୋଡି ରହିଛି । ସେ ସେହି ଗୋଡି ସବୁ ଗୋଟେ ଗୋଟେ କରି ପାଣି ପାତ୍ରରେ ପକାଇବାକୁ ଲାଗିଲା । 

        ଯେମିତି ଯେମିତି ଗୋଡି ସବୁ ପାତ୍ରରେ ପୁର୍ଣ ହେବାକୁ ଲାଗିଲା ପାତ୍ରରେ ଥିବା ପାଣି ସବୁ ଉପରକୁ ଆସିବାକୁ ଲାଗିଲା । ପାଣି କୁଆର ଥନ୍ଟ  ନିକଟରେ ପହଂଚିବା ମାତ୍ରେ ସେ ଖୁସି ହୋଇ ପାଣି ପିଇଲା  ଓ ତାର ଶୋଷ ମେଂଟାଇଲା । 

        Moral: ଏହି କାହାଣୀରୁ ଆମକୁ ଏହି ଶିକ୍ଷା ମିଳିଲା ଯେ କେବେ କେବେ ଆମକୁ ଆମ ସମସ୍ୟାର ସମାଧାନ ଅତି ସରଳରେ ମିଳିନଥାଏ, ଆମକୁ ତାର ସମାଧାନ  ଚତୁରତାର ସହ କରିବାକୁ ପଡିଥାଏ । କୁହାଯାଏ ନା, "ଇଛା ଥିଲେ ଉପାୟ ଆପେ ଆପେ ଆସେ"। 

        To get more #stories like this you can read the other posts in this #Blog.

I'm Harapriya Mishra. I live in Bhubaneswar, Odisha, India. I love to write stories. Here in my blog I write some interesting stories in Odia language for kids.

0 Comments: