Headlines
Loading...
The Fox and the Grapes / Odia story/

The Fox and the Grapes / Odia story/

 The Fox and the Grapes / Odia story/ :

        ଗୋଟିଏ କୋକିସିଆଳିକୁ ଥରେ ବହୁତ ଜୋରେ ଭୋକ ଲାଗିଲା । ସେ ଖାଦ୍ୟ ସନ୍ଧାନରେ ବୁଲିବାକୁ ଲାଗିଲା । ସେ ଏମିତି ବୁଲିବୁଲି ଏକ ଅଙ୍ଗୁର ବଗିଚାରେ ଆସି ପହଁଚିଲା । 

        ସେ ଦେଖିଲା ବଗିଚାଟି ପାଚିଲା ଅଙ୍ଗୁରରେ ପୂର୍ଣ୍ଣ ଅଛି ଓ ଅଙ୍ଗୁର ସବୁ ପେନ୍ଥା ପେନ୍ଥା ହୋଇ ତଳକୁ ଓହଳିକି ଅଛି । ଅଙ୍ଗୁର ପେନ୍ଥା ଗୁଡିକୁ ଦେଖି କୋକିସିଆଳି ଅତି ଆନନ୍ଦରେ କହିଲା, " ମୁଁ କେତେ ଭାଗ୍ୟବାନ, ମୋ ସାମ୍ନାରେ ଏତେ ସବୁ ମିଠା ଅଙ୍ଗୁର । ଏଥି ମଧ୍ୟରୁ ଅଳ୍ପ କିଛି ବି ଅଙ୍ଗୁର ଖାଇନେଲେ ମୋର ଭୋକ ମେଣ୍ଟୀଯିବ "। 



        ଏତିକି କହି ସେ ଅଙ୍ଗୁର ପେନ୍ଥାରୁ ଅଙ୍ଗୁର ଖାଇବା ପାଇଁ ଉପରକୁ ଡେଇଁବାକୁ ଲାଗିଲା । କିନ୍ତୁ ଅଙ୍ଗୁର ପେନ୍ଥା ଗୁଡିକ ବହୁତ ଉପରେ ଥିବାରୁ ସେ ଅଙ୍ଗୁର ଖାଇବାରେ ବିଫଳ ହେଲା । ଅଙ୍ଗୁର ଖାଇବାରେ ବିଫଳ ହେବାରୁ ସେ ନିରାଶ ହୋଇଗଲା । ଶେଷରେ ସେ ନିଜକୁ ସାନ୍ତ୍ୱନା ଦେଇ କହିଲା, " ଏସବୁ ଅଙ୍ଗୁର ବହୁତ ଖଟା, ଓ ମୋତେ ଖଟା ଅଙ୍ଗୁର ଭଲ ଲାଗେ ନାହିଁ ।"  

        ଏମିତି କହି ସେ ସେହି ସ୍ଥାନରୁ ପଳାଇଲା । 

Here in this #Blog you get more #stories like this.


        

I'm Harapriya Mishra. I live in Bhubaneswar, Odisha, India. I love to write stories. Here in my blog I write some interesting stories in Odia language for kids.

0 Comments: