କୃଷକ ଏବଂ ତାଙ୍କର ଯାଦୁ | / The farmer and his magic
କୃଷକ ଏବଂ ତାଙ୍କର ଯାଦୁ | / The farmer and his magic:
ଜଣେ ସଚ୍ଚୋଟ ଏବଂ ପରିଶ୍ରମୀ କୃଷକ ଥିଲେ | ସେ ତାଙ୍କ କ୍ଷେତରେ ବହୁ କଠିନ ପରିଶ୍ରମ କରୁଥିଲେ | ତାଙ୍କର ବଳଦମାନେ ସୁସ୍ଥ ଥିଲେ ଏବଂ ତାଙ୍କର କୃଷି ଉପକରଣଗୁଡ଼ିକ ତୀକ୍ଷ୍ଣ ଥିଲା। ଯାହାର ଫଳସ୍ୱରୂପ, ତାଙ୍କର କ୍ଷେତଗୁଡିକ ଭଲ ଭାବରେ ଚାଷ କରାଯାଉଥିଲା ଏବଂ ସେ ପ୍ରତିବର୍ଷ ପ୍ରଚୁର ଫସଲ ମଧ୍ୟ ଉତ୍ପାଦନ କରନ୍ତି |
କିନ୍ତୁ ତାଙ୍କର ପଡ଼ୋଶୀମାନେ କଠିନ ପରିଶ୍ରମୀ ନଥିଲେ | ସେମାନଙ୍କର ବଳଦମାନେ ଦେଖିବାକୁ ଦୁର୍ବଳ ଥିଲେ ଓ ସେମାନଙ୍କର କୃଷି ଉପକରଣ ସବୁ ଉନ୍ନତମାନର ନଥିଲା | ତେଣୁ ସେମାନଙ୍କର କ୍ଷେତଗୁଡିକ ଭଲ ଭାବରେ ହଳ କରାଯାଉ ନଥିଲା ଏବଂ ଫଳସ୍ୱରୂପ ସେମାନେ ତାଙ୍କର କଠିନ ପରିଶ୍ରମ କରୁଥିବା ପଡ଼ୋଶୀ ପରି, କଦାପି ଧାନ ଅମଳ କରିପାରୁନଥିଲେ | ସେମାନେ ତାଙ୍କୁ ଈର୍ଷା କରୁଥିଲେ |
ସେମାନେ ରାଜାଙ୍କ ନିକଟରେ ଅଭିଯୋଗ କଲେ ଯେ ସେମାନଙ୍କର ପଡ଼ୋଶୀ ଜଣେ ଦୁଷ୍ଟ ଯାଦୁକର।ତାଙ୍କର ଯାଦୁ ଦ୍ୱାରା ସେ ସେମାନଙ୍କୁ ଲୁଟି ନେଇ ନିଜକୁ ସମୃଦ୍ଧ କରୁଛନ୍ତି |
ରାଜା ସେହି ଚାଷୀଙ୍କୁ ଡାକିଲେ। ସେ ରାଜାଙ୍କ ନିକଟରେ ଉପସ୍ଥିତ ହେଲେ। ତାଙ୍କ ବିରୁଦ୍ଧରେ ଆସିଥିବା ଅଭିଯୋଗ ଶୁଣିଲେ ଏବଂ ଶାନ୍ତ ଭାବରେ ସେମାନଙ୍କୁ ଉତ୍ତର ଦେଲେ । ସେ କହିଥିଲେ ଯେ ତାଙ୍କର ଯାଦୁ ତାଙ୍କ କଠିନ ପରିଶ୍ରମରେ ଥିଲା। ଆଉ ତାଙ୍କର ଯାଦୁ ଥିଲା ତାଙ୍କର ସୁସ୍ଥ ବଳଦ ଓ ଉତ୍ତମ ମାନର କୃଷି ଉପକରଣ ସବୁରେ | ସେ କହିଲେ ଯେ, କେହିବି ତାଙ୍କ ପରି ଯାଦୁଗର ହୋଇ ପାରିବ ଯଦି ତାଙ୍କ ପାଖରେ ଏହି ତିନୋଟି ଜିନିଷ ଅଛି ତ । ତାଙ୍କର ପଡୋଶୀମାନେ ଅଳସୁଆ ସ୍ୱଭାବର ଥିଲେ । ସେମାନେ ସେମାନଙ୍କର ବଳଦମାନଙ୍କୁ ସଠିକ୍ ଭାବରେ ଖାଇବାକୁ ଦେଉନଥିଲେ ଏବଂ ସେଥିପାଇଁ ସେମାନେ ପତଳା ଏବଂ ଦୁର୍ବଳ ଦେଖାଯାଉଥିଲେ | ସେମାନେ ତାଙ୍କ କୃଷି ଉପକରଣ ସବୁର ସଠିକ ବ୍ୟବହାର କରୁନଥିଲେ କି ସେସବୁର ଯତ୍ନ ନେଉନଥିଲେ ।
ଫଳସ୍ୱରୂପ, ସେମାନଙ୍କର କ୍ଷେତ ଭଲ ଭାବରେ ହଳ ହେଇପାରୁନଥିଲା | ସେମାନେ ତାଙ୍କପରି ପ୍ରଚୁର ଫସଲ ଅମଳ କରିପାରୁନଥିଲେ ।
ରାଜା ବର୍ତ୍ତମାନ କୃଷକର ଯାଦୁକର ରହସ୍ୟକୁ ବୁଝିପାରିଲେ ।ସେ ତାଙ୍କ ଉପରେ ସନ୍ତୁଷ୍ଟ ହେଲେ। ସେ ସମାନ ଯାଦୁ ଶିଖିବାକୁ ପଡ଼ୋଶୀମାନଙ୍କୁ ପରାମର୍ଶ ଦେଇଥିଲେ। ତା’ପରେ ସେମାନଙ୍କର ଅଭିଯୋଗର କୌଣସି କାରଣ ରହିବ ନାହିଁ |
Moral: ପରିଶ୍ରମ ହେଉଛି ଭାଗ୍ୟର ମୂଳ |
0 Comments:
Post a Comment