କାଠୁରିଆ ଓ ଜଳ ଦେବତା / The wood cutter and the God Odia story
କାଠୁରିଆ ଓ ଜଳ ଦେବତା / The wood cutter and the God Odia story:
ଗୋଟିଏ ଗାଁରେ ଏକ ଗରିବ କାଠୁରିଆ ଥିଲା ଓ ସେ ପ୍ରତିଦିନ ଜଙ୍ଗଲରୁ କାଠ ହାଣି ନିଜ ପରିବାର ପୋଷୁଥିଲା | ଦିନେ ନଦୀକୂଳ ପାଖରେ ଥିବା ଏକ ଗଛରୁ ସେ କାଠ ହାଣୁଥିଲା | କାଠ ହାଣିବା ସମୟରେ ହଠାତ ତା କୁରାଢିଟି ତା ହାତରୁ ଖସିଗଲା ଓ କୁରାଢିଟି ନଦୀ ପାଣିରେ ପଡିଗଲା | କୁରାଢୀକୁ ପାଣିରେ ପଡିବା ଦେଖି, ସେ କେମିତି କାଠ ହାଣିବ ,ସେ ଆଉ କେମିତି ତା ପରିବାର ଚଳାଇବ ଓ ଏସବୁ ପାଇଁ ଟଙ୍କା କେଉଁଠୁ ଆଣିବ, ତା ପରିବାର ଭୋକରେ ରହିବ ଏସବୁ ଭାବି କାନ୍ଦିବାକୁ ଲାଗିଲା | ଏହିସବୁ ଚିନ୍ତା କରି ନଦୀକୂଳରେ ସେ ଦୁଃଖରେ ବସିଥିଲା |
ଜଳରେ ଥିବା ଦେବତା ତାର କ୍ରନ୍ଦନ ଶୁଣିଲେ | କାଠୁରିଆର ଦୁଃଖ ଦେଖି ଜଳ ଦେବତାଙ୍କୁ ତା ଉପରେ ଦୟା ଆସିଲା | ଜଳ ଦେବତା ତାଙ୍କ ହାତରେ ଗୋଟିଏ ସୁନା କୁରାଢ଼ୀ ଧରି କାଠୁରିଆ ଆଗରେ ଉପସ୍ଥିତ ହେଲେ | କାଠୁରିଆକୁ ପଚାରିଲେ, "ଏହି କୁରାଢ଼ୀଟି ତୁମର କି ?" | କାଠୁରିଆ କହିଲା ନା ପ୍ରଭୁ ଏହି କୁରାଢିଟି ମୋର ନୁହେଁ | ଏହା ଶୁଣି ଜଳ ଦେବତା ପାଣି ଭିତରକୁ ପଳାଇଲେ |
ତା ପରେ ଜଳ ଦେବତା ହାତରେ ଏକ ରୂପା କୁରାଢ଼ୀ ଆଣି ଆସିଲେ ଓ କାଠୁରିଆକୁ ପୁଣିଥରେ ପଚାରିଲେ, "ଏହି କୁରାଢିଟି ତୁମର କି ?" | କାଠୁରିଆ ପୁଣି ଥରେ ସେହି ଏକା କଥା କହିଲା ନା ପ୍ରଭୁ ଏଇ କୁରାଢିଟି ମୋର ନୁହେଁ | ଦେବତା ପୁଣି ଥରେ ପାଣି ଭିତରକୁ ଗଲେ ଓ ଏଥର ସେ ତାଙ୍କ ହାତରେ କାଠୁରିଆର ନିଜ କୁରାଢ଼ୀକୁ ସାଙ୍ଗରେ ଆଣିଥିଲେ | ନିଜ କୁରାଢୀକୁ ଦେଖି କାଠୁରିଆ ବହୁତ ଖୁସି ହେଲା ଓ କହିଲା, "ଏଇ କୁରାଢିଟି ମୋର ପ୍ରଭୁ |"
କାଠୁରିଆର ଏହି ସଚୋଟତା ଦେଖି ଦେବତା ଜଣକ ବହୁତ ଖୁସି ହେଲେ ଓ ତାକୁ ତା ନିଜ କୁରାଢ଼ୀ ସହ ସୁନା ଓ ରୂପା ଦୁଇଟି ଯାକ କୁରାଢ଼ୀ ଉପହାର ଦେଲେ |
କାଠୁରିଆଟି ଘରକୁ ଗଲା ଓ ଘଟିଥିବା ଏହି ସବୁ କଥା ତା ପଡୋଶୀ ମାନଙ୍କୁ କହିଲା | ଏହିସବୁ ଘଟଣା ଶୁଣି ଆଉ ଜଣେ କାଠୁରିଆ ସେହି ସ୍ଥାନକୁ ଗଲା | ସେ ଜାଣିଶୁଣି ତା କୁରାଢ଼ୀଟିକୁ ନଦୀ ପାଣିରେ ପକାଇଦେଲା | ସେ ଛଳନା କରି କାନ୍ଦିବାକୁ ଲାଗିଲା | ଜଳ ଦେବତା ତାର କ୍ରନ୍ଦନ ଶୁଣିଲେ | ଦେବତା ଏକ ସୁନା କୁରାଢ଼ୀ ଆଣି ଆସିଲେ ଓ ତାକୁ ପଚାରିଲେ, "ଏହି କୁରାଢିଟି ତୁମର କି ?" | ସେହି କାଠୁରିଆ ଜଣକ ଏକ ଲୋଭି ବ୍ୟକ୍ତି ଥିଲା ଓ ସେ ଥରକରେ କହିଲା, ହଁ ଏହି କୁରାଢିଟି ମୋର | ଜଳ ଦେବତା ତାର ଏହି ମିଥ୍ୟା କଥା ଶୁଣି ତା ଉପରେ ଅସନ୍ତୁଷ୍ଟ ହେଲେ ଓ ରାଗି ଯାଇ ପାଣି ଭିତରକୁ ଗଲେ ଓ ଆଉ ବାହାରକୁ ଆସିଲେ ନାହିଁ | ମିଥ୍ୟାବାଦୀ କାଠୁରିଆ ଟି ନିଜ ମିଥ୍ୟାଵାଦୀ ଗୁଣ ପାଇଁ ସୁନା କୁରାଢୀକୁ ହରାଇବା ସହ ନିଜ କୁରାଢୀକୁ ମଧ୍ୟ ହରାଇ ବସିଲା |
Moral:ସଚ୍ଚୋଟତା ପୁରସ୍କୃତ ହୁଏ ଏବଂ ଅସାଧୁତା ଦଣ୍ଡିତ ହୁଏ |
1 Comments:
nice story for kids........
Post a Comment