
ହରିଣ ଓ ଶିକାରୀ କୁକୁର / The stag and the hounds
ହରିଣ ଓ ଶିକାରୀ କୁକୁର /The stag and the hounds:
ଥରେ ଏକ ହରିଣ ତୃଷାର୍ତ୍ତ ଥିଲା | ସେ ପାଣି ଖୋଜିବାପାଇଁ ଜଙ୍ଗଲରେ ବୁଲିବାକୁ ଲାଗିଲା | ଶେଷରେ ସେ ଏକ ପରିସ୍କାର ପୁଷ୍କରିଣୀ ପାଖରେ ପହଁଚିଲା | ପାଣି ପିଇବାବେଳେ ସେ ପୁଷ୍କରିଣୀର ସ୍ୱଚ୍ଛ ଜଳରେ ନିଜର ପ୍ରତିଫଳନ ଦେଖିଲା | ସେ ତାର ଶିଙ୍ଗକୁ ଦେଖିଲା ଏବଂ କେତେ ସୁନ୍ଦର କହି ତାର ପ୍ରଶଂସା କଲା | ଯେତେବେଳେ ସେ ତାର ଗୋଡ ଦେଖିଲା , ସେ ସେମାନଙ୍କୁ ଘୃଣା କଲା କାରଣ ସେମାନେ ପତଳା ଏବଂ ଅସୁନ୍ଦର ଥିଲେ |
ଏହି ସମୟରେ ସେ କିଛି ଶବ୍ଦ ଶୁଣିଲା । ସେ ଭୟ କରୁଥିଲେ ଯେ କିଛି ଶିକାରୀ ଆସୁଛନ୍ତି। ହଠାତ ସେ ଦେଖିଲା ଯେ ଶିକାରୀ କୁକୁରଗୁଡିକ ପୁଷ୍କରିଣୀ ଆଡକୁ ଦଉଡି ଆସୁଛନ୍ତି | ଭୟରେ ହରିଣଟି ଦୌଡ଼ିବାକୁ ଲାଗିଲା | କିନ୍ତୁ ସେ ଅଧିକ ଦୂରକୁ ଯାଇପାରିଲା ନାହିଁ |
ସେ ଦଉଡ଼ୁଥିବା ସମୟରେ, ଗୋଟିଏ ସ୍ଥାନରେ ତାର ଶିଙ୍ଗ ଗଛର ଡାଳରେ ଲାଗି ରହିଗଲା | ଯେତେ ଚେଷ୍ଟାକଲେ ମଧ୍ୟ ସେ ନିଜକୁ ସେଥରୁ ରକ୍ଷା କରିପାରିଲାନାହିଁ |
ଶିକାରୀ କୁକୁରମାନେ ତାକୁ ଗୋଡ଼ାଇବାକୁ ଲାଗିଲେ | ଖୁବ ଅଳ୍ପ ସମୟରେ ସେମାନେ ତାକୁ ମାରିଦେଲେ | ମୃତ୍ୟୁ ବେଳକୁ ହରିଣ ଅନୁତାପ କରି କହିଲା, ହାୟ! ମୋର ପତଳା ଏବଂ ଅସୁନ୍ଦର ଗୋଡ ମୋତେ ପଳାଇବାରେ ସାହାଯ୍ୟ କଲା, କିନ୍ତୁ ମୋର ସୁନ୍ଦର ଶିଙ୍ଗ ମୋର ମୃତ୍ୟୁର କାରଣ ଥିଲା |
Moral: ଯେଉଁ ଜିନିଷକୁ ଘୃଣା କରାଯାଏ ଅନେକ ସମୟରେ ସେ ହିଁ ବିପଦରେ ଅଧିକ ମୂଲ୍ୟବାନ ପ୍ରମାଣିତ ହୁଏ |
0 Comments:
Post a Comment