Headlines
Loading...
 କୃପଣ ଓ ତାର ସୁନା / The miser and his lump of gold

କୃପଣ ଓ ତାର ସୁନା / The miser and his lump of gold

 କୃପଣ ଓ ତାର ସୁନା / The miser and his lump of gold:

        ଜଣେ କୃପଣ ବ୍ୟକ୍ତି ଥିଲା | ସେ ଜୀବନର ଖାଲି ଆବଶ୍ୟକତା କିଣିବା ପାଇଁ ମଧ୍ୟ ଟଙ୍କା ଖର୍ଚ୍ଚ କରୁନଥିଲା  | ଥରେ ତାକୁ ବହୁତ ଟଙ୍କା ମିଳିଲା ଓ ସେ ସେହି ଟଙ୍କାରେ ବହୁତ ସୁନା କିଣିଲା  | ସେ ସେହି ଟଙ୍କାକୁ ଘର ଭିତରେ ଏକ ଗୁପ୍ତ ସ୍ଥାନରେ ପୋତିଦେଲା | ଚୋର ମାନଙ୍କର ଭୟ ପାଇଁ, ପ୍ରତିଦିନ ସେ ସେହି ଜାଗାକୁ ଯାଇ ସୁନା ସବୁକୁ ଦେଖି ଆସୁଥିଲା | ସେ ସେହି ସୁନାକୁ କେବେବି ବ୍ୟବହାର ନକରିବାକୁ ଇଚ୍ଛା କରିଥିଲା । 



        ଦିନେ ତାର ଚାକର  ତାକୁ ଏହି ସବୁ ସୁନାଗୁଡିକ ପରୀକ୍ଷା କରୁଥିବାର ଦେଖିଲା | କୃପଣ ଲୋକଟିକୁ ଏକଥା ଜଣାନଥିଲା | ଦିନେ କୃପଣ ଲୋକଟି କିଛି କାମରେ ଘରୁ ବାହାରକୁ ଯାଇଥିଲା | ଏହାର ସୁଯୋଗ ନେଇ ଚାକରଟି ସେହି ଗୁପ୍ତ ସ୍ଥାନକୁ ଖୋଳି ସେହିସବୁ ସୁନାକୁ ନେଇ ପଳାଇଲା | ତା ପରଦିନ କୃପଣ ଲୋକଟି ଦେଖିଲା ଯେ ତା'ର ସୁନା ସବୁ ଚୋରି ହେଇଯାଇଛି | ତାକୁ ବହୁତ ଦୁଃଖ ଲାଗିଲା |  ତାର କଷ୍ଟ ଅର୍ଜିତ ଧନକୁ ଚୋର ନେଇଯାଇଥିଲା | ଦୁଃଖରେ ସେ କାନ୍ଦିବାକୁ ଲାଗିଲା | ତାର ପଡ଼ୋଶିମାନେ ତାର ଦୁଃଖର କାରଣ ବୁଝିପାରିଲେ | 

        ପଡ଼ୋଶିମାନେ ତାକୁ ସେହି ସୁନା ରଖିଥିବା ଗାତରେ ଏକ ପଥର ଖଣ୍ଡ ପୋତିଦେବାକୁ ପରାମର୍ଶ ଦେଲେ | ସେମାନେ କହିଥିଲେ ଯେହେତୁ  ସେ କେବେବି ସେହି ସୁନା ବ୍ୟବହାର କରିବାକୁ ଚାହୁଁନଥିଲା, ତେଣୁ ସେହି ସୁନା ଏବଂ ପଥର ଖଣ୍ଡ ମଧ୍ୟରେ କୌଣସି ପାର୍ଥକ୍ୟ ନାହିଁ | ସେ ପଥରକୁ ତାଙ୍କର ଏକ ସୁନା ବୋଲି ଭାବିବା ଉଚିତ୍ | 

        Moral:ଜଣେ କୃପଣ ବ୍ୟକ୍ତି ନିଜ ଦୁଃଖ ପାଇଁ ନିଜେ ଦାୟୀ ହୋଇଥାଏ |

I'm Harapriya Mishra. I live in Bhubaneswar, Odisha, India. I love to write stories. Here in my blog I write some interesting stories in Odia language for kids.

0 Comments: