
କୃପଣ ଓ ତାର ସୁନା / The miser and his lump of gold
କୃପଣ ଓ ତାର ସୁନା / The miser and his lump of gold:
ଜଣେ କୃପଣ ବ୍ୟକ୍ତି ଥିଲା | ସେ ଜୀବନର ଖାଲି ଆବଶ୍ୟକତା କିଣିବା ପାଇଁ ମଧ୍ୟ ଟଙ୍କା ଖର୍ଚ୍ଚ କରୁନଥିଲା | ଥରେ ତାକୁ ବହୁତ ଟଙ୍କା ମିଳିଲା ଓ ସେ ସେହି ଟଙ୍କାରେ ବହୁତ ସୁନା କିଣିଲା | ସେ ସେହି ଟଙ୍କାକୁ ଘର ଭିତରେ ଏକ ଗୁପ୍ତ ସ୍ଥାନରେ ପୋତିଦେଲା | ଚୋର ମାନଙ୍କର ଭୟ ପାଇଁ, ପ୍ରତିଦିନ ସେ ସେହି ଜାଗାକୁ ଯାଇ ସୁନା ସବୁକୁ ଦେଖି ଆସୁଥିଲା | ସେ ସେହି ସୁନାକୁ କେବେବି ବ୍ୟବହାର ନକରିବାକୁ ଇଚ୍ଛା କରିଥିଲା ।
ଦିନେ ତାର ଚାକର ତାକୁ ଏହି ସବୁ ସୁନାଗୁଡିକ ପରୀକ୍ଷା କରୁଥିବାର ଦେଖିଲା | କୃପଣ ଲୋକଟିକୁ ଏକଥା ଜଣାନଥିଲା | ଦିନେ କୃପଣ ଲୋକଟି କିଛି କାମରେ ଘରୁ ବାହାରକୁ ଯାଇଥିଲା | ଏହାର ସୁଯୋଗ ନେଇ ଚାକରଟି ସେହି ଗୁପ୍ତ ସ୍ଥାନକୁ ଖୋଳି ସେହିସବୁ ସୁନାକୁ ନେଇ ପଳାଇଲା | ତା ପରଦିନ କୃପଣ ଲୋକଟି ଦେଖିଲା ଯେ ତା'ର ସୁନା ସବୁ ଚୋରି ହେଇଯାଇଛି | ତାକୁ ବହୁତ ଦୁଃଖ ଲାଗିଲା | ତାର କଷ୍ଟ ଅର୍ଜିତ ଧନକୁ ଚୋର ନେଇଯାଇଥିଲା | ଦୁଃଖରେ ସେ କାନ୍ଦିବାକୁ ଲାଗିଲା | ତାର ପଡ଼ୋଶିମାନେ ତାର ଦୁଃଖର କାରଣ ବୁଝିପାରିଲେ |
ପଡ଼ୋଶିମାନେ ତାକୁ ସେହି ସୁନା ରଖିଥିବା ଗାତରେ ଏକ ପଥର ଖଣ୍ଡ ପୋତିଦେବାକୁ ପରାମର୍ଶ ଦେଲେ | ସେମାନେ କହିଥିଲେ ଯେହେତୁ ସେ କେବେବି ସେହି ସୁନା ବ୍ୟବହାର କରିବାକୁ ଚାହୁଁନଥିଲା, ତେଣୁ ସେହି ସୁନା ଏବଂ ପଥର ଖଣ୍ଡ ମଧ୍ୟରେ କୌଣସି ପାର୍ଥକ୍ୟ ନାହିଁ | ସେ ପଥରକୁ ତାଙ୍କର ଏକ ସୁନା ବୋଲି ଭାବିବା ଉଚିତ୍ |
Moral:ଜଣେ କୃପଣ ବ୍ୟକ୍ତି ନିଜ ଦୁଃଖ ପାଇଁ ନିଜେ ଦାୟୀ ହୋଇଥାଏ |
0 Comments:
Post a Comment